ଦଳ ଛାଡ଼ିଲେ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି

ଭୁବନେଶ୍ୱର: ଦେବଗଡ଼ର ବିଜୁ ଜନତା ଦଳର ସଭାପତି ସୁଧୀର କପର୍‌ଦାର୍‌ ଆଜି ଦଳୀୟ ପଦବୀ ଏବଂ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଶ୍ରୀ କପର୍‌ଦାର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଦଳର ଦେବଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ମନୋନୟନ ବେଳେ ପରାମର୍ଶ କରାଯାଇ ନାହିଁ। ସେ ଏକ କୁଚକ୍ରୀ ଗୋଷ୍ଠୀର ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ସେଥିପାଇଁ ସେ ଦଳରୁ ଇସ୍ତଫା ଦେଉଛନ୍ତି। ପ୍ରକାଶ ଥାଉ କି, ଚଳିତ ବିଧାନସଭା ନିର୍ବାଚନ ପାଇଁ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି।