ମୁଖପାତ୍ରରୁ ହେଲେ ରାଜ୍ୟସଭା ସାଂସଦ ହେଲେ ବିଜେପିର ସୁଧାଂଶୁ ତ୍ରିବେଦୀ

ଲକ୍ଷ୍ନୌ:ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ । ନିର୍ବିରୋଧ ଭାବେ ଏହି ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୧୬ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ...

ଲକ୍ଷ୍ନୌ:ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ । ନିର୍ବିରୋଧ ଭାବେ ଏହି ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୧୬ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ମତଦାନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ନିର୍ବାଚନ ଆୟୋଗ । କିନ୍ତୁ କେହି ପ୍ରତିଦ୍ୱନ୍ଦ୍ୱି ନଥିବାରୁ ବୁଧବାର ଦିନ ସୁଧାଂଶୁଙ୍କୁ ବିଜୟୀ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । 

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ପରେ ଉତ୍ତର ପ୍ରଦେଶରେ ରାଜ୍ୟସଭା ଆସନ ଖାଲି ହୋଇଥିଲା । ଅକ୍ଟୋବର ତିନି ତାରିଖରେ ଏହି ଆସନ ପାଇଁ ବିଜେପି ସୁଧାଂଶୁ ତ୍ରିବେଦୀଙ୍କୁ ପ୍ରାର୍ଥୀ କରିଥିଲା ।  ଟିଭି ବିତର୍କରେ ଆସି ସୁଧାଂଶୁ ନିଜ ଦଳର ଯୁକ୍ତିକୁ ଦୃଢତାର ସହ ଉପସ୍ଥାନ କରି ବିରୋଧୀଙ୍କ ମୁହଁ ବନ୍ଦ କରିଥାନ୍ତି । ତେବେ ଉତ୍ତର ପ୍ରଦେଶ ବିଧାନସଭାରେ ବିଜେପିର ବହୁମତ ଥିବାରୁ ସୁଧାଂଶୁଙ୍କ ବିଜୟ ଏକ ପ୍ରକାଶ ସ୍ପଷ୍ଟ ଥିଲା । ସୁଧାଂଶୁ ଆଗାମୀ ପାଞ୍ଚ ବର୍ଷ ପାଇଁ ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରିବେ । ଦିବଗନ୍ତ ବିଜେପି ନେତା ଅରୁଣ ଜେଟଲୀ 2018 ମସିହାରେ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ ।  

Spread the love
Categories
ପଲିଟିକ୍ସ

RELATED BY