ପିପୁଲ ଚଏସ ଆୱାର୍ଡ଼ ପାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ପାଇଁ ଗର୍ବ ଓ ଗୈାରବ । ସେ ରାଜ୍ୟ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜ ପ୍ରତିଭା ମାଧ୍ୟମରେ ପରିଚୟ ସୃଷ୍ଟି କରିଛନ୍ତି । ସେ ଆମେରିକାରେ ବାଲୁକା କଳା ପ୍ରତିଯୋଗିତାରେ ପିପୁଲ ଚଏସ ଆୱାର୍ଡ଼ ପାଇଛନ୍ତି ।   ବାଲୁକାରେ ଚିତ୍ର ଆଙ୍କି ଲୋକଙ୍କ ମନ କିଣି ନେଉଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ଜାତୀୟ ଆନ୍ତର୍ଜାତିୟ ସ୍ତରରେ ନିଜ କଳା ପ୍ରଦର୍ଶନ କରି ଓଡ଼ିଶା ପାଇର୍ ଗର୍ବ ହାସଲ କରିଛନ୍ତି । ଆମେରିକାରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପିପୁଲ ଚଏସ ଆୱାଡ଼ ହାସଲ କରିବାରେ ସଫଳ ହୋଇଛନ୍ତି । ସେ ଆମେରିକାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ସମୁଦ୍ରକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ କରିବା ଥିବାରେ ବାଲୁକା କଳା ପ୍ରଦର୍ଶନ କରିଥିଲେ ।