ବାଲୁକା କଳାରେ ରାକ୍ଷୀ ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପବିତ୍ର ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ସହ ସମାଜର ସୁରକ୍ଷା କାମନା କରିଥାଏ। ଏହି ଅଵସର ବିଶିଷ୍ଟ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରତିବର୍ଷ ଭଳି ନିଜ ବାଲୁକାକଳା ମାଧ୍ୟମରେ ରାକ୍ଷୀ ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଛନ୍ତି।

କିନ୍ତୁ ଚଳିତ ବର୍ଷ ଟିକେ ଭିନ୍ନ ବାର୍ତା ରହିଛି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କର। କୋଭିଡ ମହାମାରୀକୁ ରୋକିବା ପାଇଁ କୋରୋନା ଯୋଦ୍ଧା ଯେଭଳି ଡ଼କ୍ଟର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସ୍ୱେଚ୍ଛାସେବୀ, ସଫେଇ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ଦିନ ରାତି ସମାଜ ସୁରକ୍ଷା ପାଇଁ କାର୍ଯ୍ୟରତ ଅଛନ୍ତି । ଏହି ବାଲୁକାକଳାରେ ତାଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ। ସମସ୍ତେ ଏହି ଘଡି ସନ୍ଧି ମୁହୂର୍ତ୍ତରେ ଏହି କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସହଯୋଗ କରିବାକୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକାକଳା ମାଧ୍ୟମରେ ବାର୍ତା ଦେଇଛନ୍ତି।