ସୁର ସାମ୍ରାଜ୍ଞୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ସୋମବାର ହେଉଛି ଜନ୍ମଦିନ। ସେ ସେପ୍ଟେମ୍ବର ୨୮, ୧୯୨୯ ମସିହାରେ ପ୍ରସିଦ୍ଧ ସଙ୍ଗୀତକାର ଦିନାଥ ମଙ୍ଗେସକରଙ୍ଗ କୋଳରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଲତା ଏବେ ୯୧ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଦେଶବ୍ୟାପୀ ତାଙ୍କ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବାଲୁକାକଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏକ ସୁନ୍ଦର ବାଲୁକାକଳାରେ ଲତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


ପୁରୀ ବେଳାଭୂମିରେ ସୁଦର୍ଶନ ଭାରତ ରତ୍ନ ଲତାଙ୍କର ଏକ ଚିତ୍ରକରି ହାପି ବାର୍ଥ ଡେ’ ଲତା ଦିଦି ଲେଖିଛନ୍ତି। ଏହି ସୁନ୍ଦର ବାଲୁକାକଳାକୁ ସେ ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି।