କରୋନାକୁ ନ ଡରି ଲଢ଼ିବାକୁ କହିଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ସମ୍ପର୍କରେ ଗୁଜବ ପ୍ରଚାରିତ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କରୋନା କୁ ନେଇ ଭୟ ସୃଷ୍ଟି ନ କରିବାକୁ ଅପିଲ କରାଯାଇଥିଲା । ଏହା ସତ୍ୱେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଉଛି । ଯେଉଁଥିପାଇଁ କରୋନା ଆକ୍ରାନ୍ତମାନେ ସରକାରଙ୍କ ଫୋନ୍‌ ଉଠାଉନାହାନ୍ତି। ଭୟକୁ ଦୂର କରି ପରିବାର ଓ ପଡ଼ୋଶୀଙ୍କୁ କରୋନା ସମ୍ପର୍କରେ କହିବାକୁ ଅପିଲ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର  ସୁବ୍ରତ ବାଗ୍‌ଚୀ।

ସେ କହିଛନ୍ତି-“ଓଡ଼ିଶାରୁ ଆଜି ସୁଦ୍ଧା ୫ କରୋନା ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କ ପାଖକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୯ ଥର ଫୋନ୍‌ କରାଯାଇଥିଲା। ସେଥିରୁ ସେ ଥରେ ଫୋନ୍‌ ଉଠାଇ ଥିଲେ। ଏମିତି କାହିଁକି ହେଉଛି? ଭୟପାଇଁ ଏମିତି ହେଉଛି। ଦୁର୍ବଳ ପରିସ୍ଥିତିରେ ଡ଼ର ବା ଭୟ ଆସିବା ଏକ ସ୍ୱଭାବିକ ପ୍ରତିକ୍ରିୟା। କିନ୍ତୁ ମଣିଷ ହିସାବରେ ଏହି ଡ଼ର ଓ ଭୟଙ୍କୁ ଜୟ କରିବାର କ୍ଷମତା ଭଗବାନ ଆମକୁ ଦେଇଛନ୍ତି। ଭୟକୁ ଯେତେ ଡ଼ରିବା, ସିଏ ଆମକୁ ସେତେ ଡ଼ରାଇବ। ଏପରି କହିବାର ତାତ୍ପର୍ଯ୍ୟ ହେଉଛି, ଯଦି କୌଣସି ବ୍ୟକ୍ତି ‘କରୋନା’ରେ ଆକ୍ରାନ୍ତ ହେଉଛନ୍ତି, ତାହାହେଲେ ଦମ୍ଭର ସହକାରେ ଆଗେଇ ଆସନ୍ତୁ। ପରିବାର ଓ ପଡ଼ୋଶୀଙ୍କୁ ଅବଗତ କରାନ୍ତୁ। ଏପରି କଲେ କରୋନା ଆକ୍ରାନ୍ତଙ୍କ ନିର୍ଭିକ ଚରିତ୍ର, ସେମାନଙ୍କୁ ବଂଚାଇ ପାରିବ। ଏଥିପାଇଁ ପରିବାର, ପଡ଼ିଶା ଓ ସମ୍ପର୍କୀୟ ଚିରକାର ପାଇଁ କୃତଜ୍ଞ ହୋଇ ରହିବେ। ତେଣୁ ଡ଼ରନ୍ତୁ ନାହିଁ।”