ପୁଲୱାମା ଆକ୍ରମଣରେ ସହିଦ୍ ଯବାନ୍ ସୁବ୍ରମଣ୍ୟମଙ୍କ ମୃତ ବା ଜୀବିତକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ୪୪ ଯବାନଙ୍କ ମଧ୍ୟରୁ ସୁବ୍ରମଣ୍ୟମ ହେଉଛନ୍ତ୍ି ଜଣେ । ତେବେ ଏହି ଘଟଣାର ଏକ ସପ୍ତାହ ପରେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜୀବିତ ଥିବା କହିଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିିଛି । ତେବେ ଅନ୍ୟପଟେ ଏହି ଭିଡିଓର ସତ୍ୟତା ନେଇ ଆରମ୍ଭ ହୋଇଛଇ ଯାଂଚ । ଏଯାବତ୍ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାର ବିବରଣୀରୁ ପ୍ରକାଶ, ପୁଲଓ୍ଵାମାଠାରେ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ଆତଙ୍କବାଦୀ ହାମ୍‌ଲାରେ ତାମିଲନାଡ଼ୁର ଦୁଇ ଜଣ ସିଆରପିଏଫ୍‌ ଯବାନ ସୁବ୍ରମଣ୍ୟମ୍‌ ଓ ଶିବଚନ୍ଦ୍ରନ ସହିଦ ହୋଇଥିଲେ। ତାମିଲନାଡ଼ୁ କୋଭିଲପଟ୍ଟି ଗ୍ରାମର ବାସିନ୍ଦା ଜି ସୁବ୍ରମଣ୍ୟମ ପୋଙ୍ଗଲ ପର୍ବ ପାଳନ କରିବା ପାଇଁ ଶେଷଥର ପାଇଁ ନିଜ ଗାଁକୁ ଆସିଥିଲେ। ପୋଙ୍ଗଲ ପରେ ସେ ଗାଁରେ ନିଜ ପତ୍ନୀ ଓ ବୃଦ୍ଧ ପିତାମାତାଙ୍କୁ ଛାଡ଼ି ପୁଣି ନିଜ ଡ୍ୟୁଟିରେ ଯୋଗଦେବା ପାଇଁ ନିଜ ସିଆରପିଏଫ୍‌ କ୍ୟାମ୍ପକୁ ଫେରି ଯାଇଥିଲେ ଏବଂ ଗତ ୧୪ ତାରିଖ ଦିନ ଅନ୍ୟ ସାଥୀ ଯବାନଙ୍କ ସହ ଗୋଟିଏ ବସ୍‌ରେ ଶ୍ରୀନଗର ଯାଉଥିବା ବେଳେ ପୁଲଓ୍ଵାମା ଠାରେ ଘଟିଥିବା ଆତ୍ମଘାତୀ ହାମ୍‌ଲାରେ ସହିଦ ହୋଇ ଯାଇଥିଲେ। ପରେ, ତାଙ୍କ ମରଶରୀର ଗାଁକୁ ଆସିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।