ବିଜେଡି ନେତା ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାସ ଚୌହାନଙ୍କ ୫୪ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ଲିଭର କ୍ୟାନସରରେ ପୀଡ଼ିତ ଥିବାରୁ ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସେଥି ପାଇଁ ତାଙ୍କୁ ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହେବା ପରେ ସୁବାସ ଚୌହାନ ଆଜି ଭୋର ସକାଳୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ।

ସୂଚନାଯୋଗ୍ୟ, ସ୍ୱର୍ଗତ ସୁଭାସ ଚୌହାନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ । ସେ ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଥିଲେ । ବରଗଡ଼ ଜିଲ୍ଲା ରାଜନୀତିରେ ସୁବାସ ଚୌହାନ ଜଣେ ଚର୍ଚ୍ଚିତ ଚେହେରା ଥିଲେ । ତାଙ୍କର ପରଲୋକ ଓଡ଼ିଶା ରାଜନୀତି ପାଇଁ ଏକ ଦୁଃଖଦ ଖବର ଆଣିଛି । ଜଣେ ଭଲ ନେତାଙ୍କୁ ହରାଇ ବରଗଡ଼ବାସୀ ଶୋକ ପ୍ରକାଶ କରିଛନ୍ତି ।