ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତଥା ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ।


ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି ଯେ, ଶ୍ରୀଯୁକ୍ତ ସୁବାସ ଚୌହାନଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସୁବାସ ଭାଇଙ୍କ ସହ ଦୀର୍ଘ ବେଁ ଧରି କାମ କରିବାର ଅନେକ ସ୍ମୃତି ମୋ ପାଖରେ ଅଛି । ତାଙ୍କର ଅକାଳ ବିୟୋଗ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ଏକ ବଡ଼ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।