ଶିବାଙ୍ଗୀ ହେଲେ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ସବ୍‌-ଲେଫ୍‌ନାଣ୍ଟ୍‌

କୋଚି: ସୋମବାର ଦିନ ସବ୍‌-ଲେଫ୍ଟନାଣ୍ଟ୍‌ ଶିବାଙ୍ଗୀ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ହୋଇଛନ୍ତି। ବିହାରର ମୁଜାଫରପୁରରେ ଜନ୍ମିତା, ଶିବାଙ୍ଗୀ ପ୍ରାଥମିକ ତାଲିମ ଶେଷ କରିବା ପରେ ୨୦୧୮ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲେ।

ସୋମବାର ଦିନ ଶିବାଙ୍ଗୀ କୋଚି ନୌସେନା ବେସ୍‌ର ଅପରେସ୍‌ନାଲ୍‌ ଡିୟୁଟିରେ ଯୋଗ ଦେଇଛନ୍ତି। ସେ ନୌସେନାର ଡ୍ରୋନିୟର୍‌ ସର୍ଭିଲେନ୍ସ ବିମାନ ଚଳାଇବେ।

ସେ କହିଛନ୍ତି, ଦୀର୍ଘ ଦିନରୁ ଏଇ ଦିନଟିକୁ ମୁଁ ଉତ୍କଣ୍ଠାର ସହ ଚାହିଁ ବସିଥିଲି ଆଉ ଆଜି ସେ ଦିନ ଆସିବାରୁ ମତେ ଖୁବ୍‌ ଭଲ ଲାଗୁଛି। ମୋ ତାଲିମର ତୃତୀୟ ପର୍ଯ୍ୟାୟ ଶେଷ କରିବାକୁ ଚାହିଁ ରହିଛି।