ଏବର୍ଷ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଚଳିତ ବର୍ଷ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ପିଜି କାଉନସିଲ ବୈଠକରେ ଏହି ନିଷ୍ପତି ହୋଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

‘ଉତ୍କଳ ବିଶ୍ୱବିଦ୍ୟାଳୟ’ରେ ଶିକ୍ଷାବର୍ଷ ୨୦୧୮-୧୯ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ବାଣୀବିହାର ପରିସର ବର୍ଷର ଅଧିକ ସମୟ ଅଶାନ୍ତ ରହୁଥିବାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ଶନିବାର କର୍ତ୍ତୃପକ୍ଷଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ନିର୍ବାଚନ ବାତିଲ କରିବା ପୂର୍ବରୁ ପିଜି କାଉନସିଲ ବୈଠକ ବସିଥିଲା। ଏହା ପରେ ବିଜ୍ଞପ୍ତି ଜାରି କରାଯାଇଛି।