୩ ବିଶ୍ୱବିଦ୍ୟାଳୟ ଓ ୫ କଲେଜ ସହ ୮ ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ

ଭୁବନେଶ୍ୱର: ଅକ୍ଟୋବର ୧୧ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଯାହାକୁ ନେଇ ସୋମବାର ୮ଟି ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ କରାଯାଇଛି। ଏଥିରେ ୩ଟି ବିଶ୍ୱବିଦ୍ୟାଳୟ ଓ ୫ଟି କଲେଜ ସାମିଲ ରହିଛି।

ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବା କଲେଜ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଦେବଗଡ଼ ବିଶ୍ୱବିଦ୍ୟାଳୟ,ଭଦ୍ରକ ଧାମନଗର କଲେଜରେ ନିର୍ବାଚନ ବାତିଲ (ସାଇନ-ଏ-ଡାଏ) ଘୋଷଣା, କାକଟପୁର ମଙ୍ଗଳା ମହାବିଦ୍ୟାଳୟ, କଟକ ମଧୁସୂଦନ ଆଇନ କଲେଜ, ନୀଳଗିରି କଲେଜରେ ନିର୍ବାଚନ ବାତିଲ (ସାଇନ-ଏ-ଡାଏ) ଘୋଷଣା ଓ ଆନନ୍ଦପୁର କୁଶଳେଶ୍ୱର ଆଞ୍ଚଳିକ କଲେଜରେ ନିର୍ବାଚନ ବାତିଲ କରାଯାଇଛି।