କାଲିର ସ୍ବାଧୀନତା ଦିବସ ପରେଡରେ ଛାତ୍ର ଛାତ୍ରୀ ଙ୍କୁ ମନା,ନିର୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର  :  ଆସନ୍ତା କାଲି ଅଗଷ୍ଟ ୧୫ ସ୍ବାଧୀନତା ଦିବସ ପରେଡରେ ଛାତ୍ର ଛାତ୍ରୀଙ୍କୁ ଭାଗନେବାକୁ ମନା । ଏମିତି ନିର୍ଦେଶ ନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏହା ସହ ପରେଡ ଉତ୍ସବରେ ଶାରୀରିକ କୈଶଳ କି ସାଂସୃତିକ କାର୍ଯ୍ୟକ୍ରମ ବି ପରିବେଷଣ କରାଯିବ ନାହିଁ । ସାମ୍ଭାବ୍ୟ ବର୍ଷା ଓ ବଜ୍ରପାଦକୁ ଆଖିରେ ରଖି ଏପରି ନିର୍ଦେଶ ଦେଇଛନ୍ତି ରାଜ୍ୟସରକାର ।ବର୍ଷା ଓ ଘଡ ଘଡି ଆଶଙ୍କାରେ ପରେଡରେ ସତର୍କତା ଜାରି କରିଛି ଗୃହ ବିଭାଗ ।  ରାଜ୍ୟସ୍ତରୀୟ ପରେଡ ସହ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ପରେଡରେ  କେବଳ ପୋଲିସ ଏବଂ ଅର୍ଧସାମରିକ ବାହାନି କର୍ମଚାରୀ ଭାଗନେବେ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ  ଏହି ନିର୍ଦେଶନାମା ଜାରି ହୋଇଛି । ବର୍ଷା ଓ ଘଡଘଡି ତଥା ପ୍ରାକୃତିକ ବିପର୍ଯ୍ୟ ଆଶଙ୍କାରେ ନିରାପତ୍ତାକୁ ଅଥିକ ଗୁରୁତ୍ବ ଦିଆଯାଇଛି । କୈଣସି ସ୍ଥାନରେ ପରେଡରେ ପୋଲିସ ଓ ଅର୍ଧସାମରିକ ବାହାନି ବ୍ୟତୀତ ଅନ୍ୟ କୈଣସି ଟ୍ରୁପ ବା ଅଫିସଆଲ ଭାଗନେବେ ନାହିଁ ।  ବିଶେଷକରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିକୂଳ ପାଗ କାରଣରୁ ଆସନ୍ତାକାଲିର ସ୍ବାଧୀନତା ଦିବସ ପରଡେରୁ  ନିବୃତ ରଖିବାକୁ ସବୁ ଜିଲ୍ଲାପାଳ ଏବଂ ଆରଡିସି ମାନଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବ । ଏହା ସହ ସ୍ବାଧୀନତା ଦିବସ ଅବସରରେ କ୍ରୀଡା କୈଶଳ ଓ ସାଂସୃତିକ କାଯ୍ୟକ୍ରମକୁ ସରକାର ବାରଣ କରିଛନ୍ତି ।ଉତ୍ସବରେ   ଅତିଥି ମାନଙ୍କ ପର୍ଯ୍ୟାପ୍ତ ସୁରକ୍ଷା ଲାଗି ନିର୍ଦେଶ ଦେଇଛନ୍ତି ରାଜ୍ୟସରକାର । ଏହାକୁ ଜରୁରୀ କାଳିନ ନିର୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ବତନ୍ତ ସଚିବ ସନ୍ତୋଷ ବାଲା।