ଟି.ଡି.ସି.ସି.ଓ.ଏଲ୍‌ ମାଧ୍ୟମରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକୁ ସମନ୍ୱିତ କରିବାରେ ଏସ୍‌ଟିଏସ୍‌ସି ବିଭାଗର ଅଭିନବ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ଓଡ଼ିଶା ଆଦିବାସୀ ସମବାୟ ଉନ୍ନୟନ ନିଗମ ଲିମିଟେଡ୍‌ (ଟି.ଡି.ସି.ସି.ଓ.ଏଲ୍‌) ନୋଡାଲ୍‌ ଏଜେନ୍ସି ଭାବେ ଲଘୁ ବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରୁଛନ୍ତି । ରାଜ୍ୟରେ ଟି.ଡି.ସି.ସି.ଓ.ଏଲ୍‌ ଦ୍ୱାରା ଲଘୁ ବନଜାତ ଦ୍ରବ୍ୟ ସ୍କିମ୍‌ କାର୍ଯ୍ୟକାରୀ ହେଉଛି । ପ୍ରାଥମିକ ସଂଗ୍ରହକାରୀ ନେଟ୍‌ୱାର୍କ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି (ଭି.ଏସ୍‌.ଏସ୍‌), ବନ୍ଧନ ବିକାଶ କେନ୍ଦ୍ର ମିଳିତ ଭାବେ ଲଘୁ ବନଜାତ ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି । ରାଜ୍ୟର ମୁଖ୍ୟତଃ ୧୩ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶାଳ ମଂଜି, ମଂଜି ତେନ୍ତୁଳି, ଚାର ମଂଜି, ପାହାଡ଼ି ଝାଡ଼ୁ ଇତ୍ୟାଦି ପ୍ରଚରୁ ପରିମାଣରେ ଉପଲ ବ୍ଧ ହେ ଉଛି । ତେ ଣୁ, ଲ ଘୁ ବନ ଜାତ ଦ୍ରବ୍ୟ ସଂଗ୍ରହ କାର୍ଯ୍ୟ ତ୍ୱରିତ ଭାବେ ଆଗେଇ ଚାଲିଛି ।

stsc news

ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଟି.ଡି.ସି.ସି.ଓ.ଏଲ୍‌ ୧୩ ହଜାର ୩୦୦ ମେଟି୍ରକ୍‌ ଟନ୍‌ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିଛି । ଏହାର ମୂଲ୍ୟ ୨୮ କୋଟି ୧୦ ଲକ୍ଷ ଯାହାକି ଗତ ଛଅ ବର୍ଷର ସମୁଦାୟ ମୂଲ୍ୟଠାରୁ ଅଧିକ । ଗତ ଛଅ ବର୍ଷରେ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ମୂଲ୍ୟ ୪ କୋଟି ୯ ଲକ୍ଷ ହୋଇଥିଲା । ଏ ବର୍ଷ ଟି.ଡି.ସି.ସି.ଓ.ଏଲ୍‌ ପକ୍ଷରୁ ୩୭୦ଟି ସଂଗ୍ରହ କେନ୍ଦ୍ର ଜରିଆରେ ଗ୍ରାମାଞ୍ଚଳରେ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ସଂଗ୍ରହକାରୀଙ୍କଠାରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇଛି ।

stsc news

ଏହା ଦ୍ୱାରା ୩୨ ହଜାରରୁ ଊଦ୍ଧ୍ୱର୍ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଛନ୍ତି । ଗତ ଛଅ ବର୍ଷରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ସ୍କିମ୍‌ ଦ୍ୱାରା ୧୨ ହଜାର ୫୦୦ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଥିଲେ । ମଧ୍ୟସ୍ଥିଙ୍କ ଦ୍ୱାରା ବେଆଇନ୍‌ ବିକ୍ରୟ ଓ ଶୋଷଣକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି ।

stsc news

ଟି.ଡି.ସି.ସି.ଓ.ଏଲ୍‌ ପକ୍ଷରୁ ସମଗ୍ର ଲଘୁ ବନଜାତ ସଂଗ୍ରହ ପ୍ରକ୍ରିୟାକୁ ସ୍ୱୟଂ ଚାଳିତ କରାଯାଇଛି । ଆଗାମୀ ଶସ୍ୟ ସଂଗ୍ରହ ଋତୁରେ ଏହି ପ୍ରକ୍ରିୟାକୁ ଧାନ ସଂଗ୍ରହ ସ୍ୱୟଂକି୍ରୟ ବ୍ୟବସ୍ଥା (ପି.ପି.ଏ.ଏସ୍‌) ଓ ସ୍ୱୟଂଚାଳିତ ଶସ୍ୟ  କ୍ରୟ ବ୍ୟବସ୍ଥା (ଏମ୍‌-ପି.ଏ.ଏସ୍‌) ଭଳି ସ୍ୱୟଂଚାଳିତ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି । ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡି.ବି.ଟି) ବ୍ୟବସ୍ଥା ଦ୍ୱାରା ଶସ୍ୟ ସଂଗ୍ରହ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ଓ କ୍ରିୟାଶୀଳ ହୋଇପାରିବ । ଚଳିତ ବର୍ଷର ଶସ୍ୟ ସଂଗ୍ରହ ପ୍ରକି୍ରୟାରେ ‘ବନ୍ଧନ ବିକାଶ କେନ୍ଦ୍ର’ ଅଂଶ ଗ୍ରହଣ କରିଛି । ଏତଦ୍‌ବ୍ୟତୀତ ଭି.ଡି.ଭି.କେ.ଏସ୍‌ ପକ୍ଷରୁ ଶସ୍ୟଦ୍ରବ୍ୟଗୁଡ଼ିକର ପ୍ୟାକେଟ୍‌ ଓ ବ୍ରାଣ୍ଡ ପ୍ରସ୍ତୁତି କରିବା ସହିତ ଲଘୁ ବନଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରାଯାଉଛି । ସ୍ଥାନୀୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ମୂଲ୍ୟଯୁକ୍ତ ନିମନ୍ତେ ଭି.ଡି.ଭି.କେ ସାଧାରଣ ସୁବିଧା କେନ୍ଦ୍ର ଭାବେ କାର୍ଯ୍ୟ କରୁଛି । ଏହା କୋଭିଡ୍‌ ସମୟରେ ଆଦିବାସୀମାନଙ୍କର ଆୟ ବୃଦ୍ଧିରେ ସହାୟକ ହୋଇପାରିଛି ।