ପୁଲୱାମା ଆକ୍ରମଣ: ୧୮ରେ ବ୍ୟବସାୟୀ ସଂଘର ବନ୍ଦ ଡାକରା

ଭୁବନେଶ୍ୱର: ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲୱାମାଠାରେ ହୋଇଥିବା ଆକ୍ରମଣ ଦେଶବାସୀଙ୍କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି । ଦେଶର ଚାରିଆଡେ ଲୋକଙ୍କ ମଧ୍ୟରେ ପ୍ରତିଶୋଧ ନେବାର ଜ୍ୱାଳା ଦେଖିବାକୁ ମିଳିଛି । ତେବେ ଏହି ମଧ୍ୟରେ ଏହି ଆକ୍ରମଣକୁ ବିରୋଧ କରି ୧୮ରେ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ସରକାର ତଥା ସମସ୍ତ ରାଜନେତା ଉଚିତ୍ ଜବାବ ଦେବାପାଇଁ ଜୋରସୋରରେ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି ।