ଆଜି ପଶ୍ଚିମ ଓଡିଶା ବନ୍ଦ

ସମ୍ବଲପୁର: ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି। ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଜି ହାଇକୋର୍ଟ ବେଂଚ ସ୍ଥାପନା ନେଇ ଏହି ଆନ୍ଦୋଳନ ପୂର୍ବରୁ ଦିଆଯାଇଥିବା ସୂଚନା ମୁତାବକ କରାଯାଉଛି ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ନେଇ ତେଜିଛି ଆନ୍ଦୋଳନ । ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ଏହି ପ୍ରସଙ୍ଗ ନେଇ ବନ୍ଦ ପାଳନ କରାଯାଉଛି । ଏକାଠି ହୋଇଛନ୍ତି ସମଗ୍ର ପଶ୍ଚିମ ଓଡ଼ିଶାର ଓକିଲ ସଂଘ। ଏଥିରେ ସାମିଲ ହୋଇଛନ୍ତି ସମସ୍ତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ । ଆଜି ସକାଳୁ ସମ୍ବଲପୁର କ୍ଷେତରାଜପୁର ମୁଖ୍ୟ ରେଳ ଷ୍ଟେସନଠାରେ ଆନ୍ଦୋଳନକାରୀ ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡା ଇଂଟରସିଟି ସହ ସମ୍ବଲପୁର-ରାଉରକେଲା ଡିଏମୟୁ ଟ୍ରେନକୁ ଅଟକାଇଛନ୍ତି ।

ଆଜି ଦିନ ତମାମ ସମ୍ବଲପୁର ସହରର ସମସ୍ତ ସରକାରୀ, ବେସରକାରୀ ଅଫିସ, ଦୋକାନ ବଜାର, କୋର୍ଟ କଚେରୀ ସବୁ ବନ୍ଦ ରହିବ।