୧୨ ଘଂଟିଆ ବ୍ରଜରାଜନଗର ବନ୍ଦ

ନୂଆପଡା:ଏନଏସି ମାନ୍ୟତା ଦାବିରେ ଆଜି ୧୨ ଘଂଟିଆ ସିନାପାଲି ବନ୍ ଡାକରା ଦିଆଯାଇଛି । ଫଳରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।  

ଦୀର୍ଘଦିନ ଧରି ନୂଆପଡା ଜିଲ୍ଲା ସିନାପାଲି ଅଂଚଳକୁ ଏନଏସି ମାନ୍ୟତା ଦେବାକୁ ଦାବି ହୋଇ ଆସୁଛି । କିନ୍ତୁ ଏହାକୁ କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଆଜି ସଚେତନ ନାଗରିକ ମଂଚ ସମେତ ବହୁ ଯୁବ ସଂଗଠନ ସିନାପାଲି ବନ୍ଦ ଡାକରା ଦେଇଛନ୍ତି । ଫଳରେ ଦୋକାନ ବଜାର ସମେତ ଗାଡି ଚଳାଚଳ ପ୍ରଭାବିତ ହୋଇଛି । 

ସେହିପରି ଆଜି ଟୋଲଗେଟ୍ ଉଚ୍ଛେଦ ଦାବିରେ ୧୨ ଘଂଟିଆ ବ୍ରଜରାଜନଗର ବନ୍ଦ ଡାକରା ଦିଆଯାଇଛି । ସହରର ନୂଆଡିହିଠାରେ ଥିବା ଟୋଲଗେଟକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ଦାବି କରାଯାଇଛି । ବ୍ରଜରାଜନଗର ସ୍ୱାଭିମାନ ମଂଚ ଏହି ବନ୍ଦ ପାଳନ କରୁଛି । ଏହାର ପ୍ରଭାବରେ ଦୋକାନବଜାର ଓ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଗାଡି ଚଲାଚଳ ସ୍ୱାଭାବିକ ରହିଛି ।