ଓଡ଼ିଶା ସମତେ ଛଅଟି ରାଜ୍ୟର ସ୍କୁଲ୍ ଶିକ୍ଷା ଉନ୍ନତ କରିବା ଲାଗି ‘ଷ୍ଟାର୍‌ସ୍‌’ ପ୍ରକଳ୍ପକୁ କ୍ୟାବିନଟେ୍‌ର ଅନୁମୋଦନ

୫୭୧୮ କୋଟି ଟଙ୍କାର

ନୂଆଦିଲ୍ଲୀ: ଓଡ଼ିଶା ସମତେ ଛଅଟି ରାଜ୍ୟର ସ୍କୁଲ୍ ଶିକ୍ଷା ଉନ୍ନତ କରିବା ଲାଗି ୫୭୧୮ କୋଟି ଟଙ୍କାର ଗ୍ଧଷ୍ଟ୍ରଙେ୍ଗ୍‌ଦନେିଙ୍ଗ୍ ଟିଚିଙ୍ଗ୍-ର୍ଲଣ୍ଣିଂ ଆଣ୍ଡ୍‌ ରଜେଲ୍ଟସ୍‌ ର୍ଫ ଷ୍ଟଟେ୍‌ସ୍ଗ୍ଦ ବା ଗ୍ଧଷ୍ଟାର୍‌ସ୍‌ଗ୍ଦ ପ୍ରକଳ୍ପକୁ କନେ୍ଦ୍ର କ୍ୟାବିନଟେ୍‌ ଅନୁମୋଦନ କରିଛି। ଏଥିଲାଗି ବିଶ୍ବ ବ୍ୟାଙ୍କ୍ ପ୍ରାୟ ୩୭୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି।

ପ୍ରଧାନମନ୍ତ୍ରୀ ନରନେ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା‌ରେ କ୍ୟାବିନଟେ୍‌ ଦ୍ବାରା ଅନୁମୋଦିତ ଏହି ପ୍ରକଳ୍ପ ହିମାଚଳ ପ୍ରଦଶେ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦଶେ, କରେଳ ଏବଂ ଓଡ଼ିଶାରେ ଲାଗୁ କରାଯିବ। ଶିକ୍ଷାର ମାନ ଉନ୍ନତ କରିବା ନିମନ୍ତେ ଚିହ୍ନିତ ରାଜ୍ୟମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ ପ୍ରକାର ସହାୟତା ମିଳିବ। ଏହି ପ୍ରକଳ୍ପ ବ୍ୟତୀତ, ଗୁଜରାଟ, ତାମିଲନାଡୁ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଆସାମ ପ୍ରଭୃତି ୫ଟି ରାଜ୍ୟରେ ଗ୍ଧଏଡିବିଗ୍ଦ ଅନୁଦାନ ପ୍ରାପ୍ତ ଏହି ପ୍ରକାରର ଅନ୍ୟ ଏକ ପ୍ରକଳ୍ପ ଲାଗୁ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।
ଶିକ୍ଷା ମନ୍ତ୍ରାଳୟର ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ଅଧୀନରେ କନେ୍ଦ୍ର ସରକାରଙ୍କ ପ୍ରାୟୋଜିତ ନୂତନ ଯୋଜନା ଭାବେ ଗ୍ଧଷ୍ଟାର୍‌ସ୍‌ଗ୍ଦ ପ୍ରକଳ୍ପ ଲାଗୁ କରାଯିବ। ଏହି ପ୍ରକଳ୍ପ ୨୦୨୦ ଜାତୀୟ ଶିକ୍ଷା ନୀତିର ଗ୍ଧମାନ-ଭିତ୍ତିକ ଶିକ୍ଷା ଫଳାଫଳଗ୍ଦ ଲକ୍ଷ୍ୟ ଉପରେ ର୍ପଯ୍ୟବସିତ।

ଏହି ପ୍ରକଳ୍ପ ଦ୍ବାରା କନେ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଜାତୀୟସ୍ତରରେ ସଠିକ୍ ତଥ୍ୟାବଳୀ ସଂଗ୍ରହ କରିବା ସହ ରାଜ୍ୟମାନଙ୍କର ଗ୍ଧପିଜିଆଇଗ୍ଦ ସ୍କୋର୍‌ ଉନ୍ନତ କରିପାରିବ। ଗ୍ଧନ୍ୟାସ୍‌ନାଲ୍‌ ଆସସେ୍‌ମଣେ୍ଟ୍‌ ସଣେ୍ର୍ଟ‌ଗ୍ଦ (ପ୍ରକାଶ) ସ୍ଥାପନ ନିମନ୍ତେ ଶିକ୍ଷା ମନ୍ତ୍ରାଳୟର ଉଦ୍ୟମକୁ ମଧ୍ୟ ଏହି ପ୍ରକଳ୍ପ ସହାୟକ ହବେ। ରାଜ୍ୟସ୍ତରରେ ଏହି ପ୍ରକଳ୍ପ ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ଏବଂ ମୂଳଦୁଆଭିତ୍ତିକ ଶିକ୍ଷା ସୁଦୃଢ଼ ଓ ଶିକ୍ଷା ମୂଲ୍ୟାୟନ ଧାରା ଉନ୍ନତ କରିବ।