ପ୍ରେମିକାର(ପୂ) #ହାଇ_ହିଲ

ମୟୂରଭଞ୍ଜରେ ଗୋଟେ ଲୋକ କଥା ଅଛି । ” ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ” । ଯାହାର ଅର୍ଥ ହେଲା ବାପ ଜନ୍ମରେ କେବେ ଦେଖି ନଥିବା ଜଣେ ମଣିଷ ହାତରେ ଯଦି ଗୋଟେ ଚୁଙ୍ଗା(କାହାଳୀ) ଦେଇ ଦିଆଯାଏ । ତେବେ ସେହି ଚୁଙ୍ଗାକୁ ପରିଶ୍ରା କରିବା ଯନ୍ତ୍ର ଭାବି ସେଥିରେ ସେ ପରିଶ୍ରା କରି ଦେବାର ସମ୍ଭାବନା ରହିଛି ।

ଏହି କାହାଣୀ ଭିତରେ ପ୍ରସଙ୍ଗଟି ଉଲ୍ଲେଖ କରିବାର ମାନେ ଏଇୟା ଯେ, ଆଜ୍ଞା ଆମେ ହେଲୁ ଗାଁ ଗାଉଁଲିର ପିଲା । ଚିଲି, ଚାଅମିନ, ବର୍ଗର ଏ ସବୁ କଣ ରାଜଧାନୀକୁ ଆସିବା ପରେ ହିଁ ଜାଣିଲି ଓ ଖାଇଲି ମଧ୍ୟ । ହେଲେ ବର୍ଗର ଟା କେମିତିକା ଜିନିଷ ତାହା ତ ଏଯାଏଁ ମୋ ପାଇଁ ଦୁର୍ଲଭ । ହେଉ ଛାଡ଼ନ୍ତୁ , ଟିକେ କାହାଣୀ ଭିତରକୁ ନେଇ ଯିବା …. ।

ପ୍ରେମିକାର(ପୂ) ହାଇ ହିଲ । ପ୍ରେମ ତ କରିବ । ତା ଭିତରେ ପୁଣି ହିଲ ଉପାଖ୍ୟାନ କଣ ଯେ । ପ୍ରେମର ଉଚ୍ଚତା କଣ ହିଲ ସାହାଯ୍ୟରେ ମାପି ହୁଏ । ଆଉ ଯଦିବା ବା ହିଲ ସାହଯ୍ୟ ମାପି ହୁଏ । ତେବେ ଯିଏ ମାପେ ତାକୁ କଣ ବୋଲି କହିବା । ସବୁଠାରୁ ମଜା କଥା ଏମିତିକା ପ୍ରେମର ପରିଭାଷା କଣ ହେଇ ପାରେ । ରାଜଧାନୀରେ ଆମ ପରି ଗାଉଁଲି ପିଲାଙ୍କ ପାଇଁ ପ୍ରେମିକାର ହିଲ ଉପାଖ୍ୟାନ ଠିକ …..
” ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ ” ସହିତ ସମାନ ।

କିଛି ବର୍ଷ ତଳର ଘଟଣା । ଧରିନିଆଯାଉ କଲେଜ ବେଳର କଥା । ସେଇ ସମୟର ବୋଲି ଭାବି ନେଇପାରନ୍ତି, ସେଥିରେ କିଛି ଆସୁବିଧା ନାହିଁ। ଆଉ କାହାଣୀରେ ଦୁଇଟି ମୁଖ୍ୟ ଚରିତ୍ର । ଉଭୟ ପୁଅ ଝିଅ । ଯଦି ଆପଣ ନିଜକୁ ଏ କାହାଣୀର ସେଇ ଦୁଇ ମୁଖ୍ୟ ଚରିତ୍ର ଭିତରୁ ଜଣେ ଜଣେ ବୋଲି ବି ଭାବି ନିଅନ୍ତି। ତାହେଲେ ଆହୁରି ଭଲ କଥା ।

ଜାନୁଆରୀ କିମ୍ବା ଫେବୃଆରୀ ମାସ । ହାଲକା ହାଲକା ଥଣ୍ଡା ଅନୁଭବ ହେଉଥାଏ । ଫଙ୍କସନ ପାଇଁ ପୁରା କଲେଜ ହୁଲୁସ୍ତୁଲ । ମାନେ ଉଠୁଥାଏ ପଡୁଥାଏ । କଲେଜରେ ଯିଏ ପଢ଼ିଛି ସିଏ ଜାଣେ ଫଙ୍କସନର ମଜା । ସେ କଥା ନ କହିବା ଭଲ । କେତେ ଯେ ଘଟଣା ଦୁର୍ଘଟଣା ଘଟେ । ଯେମିତି ବଡ଼ ଭଉଣୀର ବାହାଘର ପୁର୍ବରୁ ସାନ ଭଉଣୀର ପ୍ରସ୍ତୁତି । ଭିଣେଇର ଭାଇମାନଙ୍କୁ ଘାଇଲା କରିବାକୁ ଯେତେ ରଙ୍ଗ ନ କହିବା ଭଲ । ଆଉ ବଡ଼ ଭାଇର ବାହାଘର ପୁର୍ବରୁ ସାନ ଭାଇର ବିଅର ପେଟି ଯୋଗାଡ଼ କରି ସାଙ୍ଗମାନଙ୍କ ଆଗରେ ଖାତିର ମାରିବା । କେଉଁଠୁ ଆସିବ କେମିତି ଖେଳ ହେବ । ନହେଲେ ନାଗିନ ଡ୍ୟାନ୍ସ ହେବ ନାହିଁ। ଏସବୁକୁ ନେଇ ଉଭୟଙ୍କର ସମସ୍ତ ପ୍ରସ୍ତୁତି ଯେମିତି ଚରମସୀମାରେ ଥାଏ । ଠିକ ସେମିତି କଲେଜ ରେ ଫଙ୍କସନ ପୂର୍ବର କାହାଣୀ । ହୋଉ ଛାଡ଼ନ୍ତୁ, ଘଟଣାଟିକୁ ଆଉ ନ ଫେଣେଇ ସିଧା କାହାଣୀ ଭିତରକୁ ଯିବା ।

ହଁ ଆଉ କିଛି କଥା ରହିଗଲା ମ । ଅଳ୍ପରେ ସାରିଦେଉଛି । ତା ପରେ କାହାଣୀ ଆଡେ ଯିବା । କଲେଜ ଫଙ୍କସନମାନେ ଡାନ୍ସ ଆଉ ରାମ୍ପ ଶୋ ଆଗ । କିଏ କୋଉ ଗୀତରେ ନାଚିବେ । ରାମ୍ପ ଶୋ ରେ କିଏ କିଏ ଭାଗ ନେବେ । କିଏ କାହା ସହ ପାର୍ଟନର ହେଇ ନାଚିବେ । ଆଉ କିଏ କାହା ସହ ରାମ୍ପରେ କ୍ୟାଟ ଉଆକ କରିବେ । ଦିନ ତମାମ କଲେଜର କନଫରେନ୍ସ ହଲରେ କସରତ ଚାଲିଥାଏ । ଓଃ ଆମ କଲେଜ ଟୋକାଙ୍କର ତ ନିଦ ଉଡି ଯାଇଥାଏ । ଏଇ ବାହାନାରେ କେତେ କଣ ହୁଏ । ମୁଁ କଣ ସାଧୁ .. । ହୋଉ ଏଥର କାହାଣୀ ଉପରକୁ ଆସିବା ।

ସେଦିନ କଲେଜରେ ଯେମିତି ସେମିତି କଟିଗଲା । ଆଉ ରାତି ଅଧରେ ପ୍ରେମିକାର ଫୋନ କଲ(ଵର୍ତମାନ ସିଏ ପୂର୍ବତନ) କଲେଜ କଣ ସବୁ ଚାଲିଛି । ଡ଼୍ୟାନ୍ସ ବହାନାନରେ ସୀମା ଟପି ଯାଉଛ। ସେଇ ଯୋଉ ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କଲାବେଳେ ତୁମେ ଟିକେ ସେ ଝିଅ ସହିତ ବେଶୀ କ୍ଲୋଜ ହେଇ ଯାଉନ । ହଁ ନାଚୁ ନାଚୁ କଣ ସେ ଝିଅର ଅଣ୍ଟାରେ ସତସତିକା ଧରି ପକଉଛ । ଥରେ ନୁହଁ କି ଦୁଇ ଥର ନୁହେଁ ବାରମ୍ବାର । କହି ଦେଉଛି ମୋତେ ଏ ସବୁ ଜମାରୁ ଭଲ ଲାଗେନି । କିମା କରି ଦେବି । ପାରସଲ କରିଦେବି .. । ଏମିତି ଅନର୍ଗଳ ଧମକଭରା ତାଗିଦ …. । ତା ପର ଦିନଠୁ ଆଉ ଡ୍ୟାନ୍ସ ନା ଫାନ୍ସ । ସିଧା ଯାଇ ଲେଇବ୍ରେରୀରେ ହାଜର ହେଲି ।

ଦିନକ ଭିତରେ ଦସ୍ୟୁରତ୍ନାକରରୁ ବାଲ୍ମୀକି ହେବାର ମୋର ଏଭଳି ରୂପକୁ ଦେଖି ପ୍ରେମିକା(ଵର୍ତମାନ ସିଏ ପୂର୍ବତନ) ପୁରା ଗଦଗଦ । ହେଲେ ସିଏ କାହୁଁ ଜାଣିବ ମୋ ମନର ବେଦନା । ପାଣି ବିନା ମାଛ ଆଉ ନାଟ ତାମସା ବିନା ଦୁଷ୍ମନ୍ତ । ଆଉ ଏ ସବୁ ଦେଖି ଆମ କ୍ଳାସ ଝିଅମାନେ ରାଗିକି ପଞ୍ଚମ । କଣ ବେ ତା କଥାରେ ତୁ ଡ୍ୟାନ୍ସ କରିବୁନୁ । ସିଏ ତୋ ପାଇଁ ଏତେ ବଡ଼ । ଆମେ କେହି ନୁହେଁ । ଜଣେ ତ କହିଲା, ଦେଖ ସାଙ୍ଗ ଏ ସମୟ ଆଉ ଆସିବିନି । ଝୁରୁଥିବୁ କଲେଜ ଫଙ୍କସନ କଥା ମନେ ପକେଇ ପକେଇ । ଆଉ ଜଣେ ତ ଭିଡି ନେଇ ଗଲା … । ହେଲେ ମୁଁ ……। ସାଙ୍ଗ ମାନେ କାହୁଁ ଜାଣିବେ … ଭରା ଯୌବନର ଗଭୀର ସାଗରେ ପହଁରୁ ଥିବା ସମୟରେ, ଯିଏ ରାତିର ନିଦ । ସେଇ ପା ତାଗିଦ କରିଛି । ଆଉ କାହା ଅଣ୍ଟାରେ ହାତ ମାରିବନି ……. ।

ଫଙ୍କସନ ପୂର୍ବ ରାତି ପ୍ରେମିକାର (ପୂର୍ବତନ)ଫୋନ କଣ ଯେ ଶୋଇପଡିଲଣି । ମିଛୁଟାରେ କହିଲି ନାଇଁ ନାଇଁ ତୁମ କଥା ଭାବୁଥିଲି । ସିଏ କହିଲେ ହଁ ଆଉ କାହା କଥା ଭାବିବନି । ପୁଣି ଗେହ୍ଲେଇ କି କହିଲେ ହଁ ଯେ କିଛି ପଚାରି ଥାଆନ୍ତି । କାଲି ଫଙ୍କସନରେ କଣ ପିନ୍ଧିବି ଯେ ? ଶାଢ଼ୀ ନା ଚୁଡ଼ିଦାର ନା ଲେହେଙ୍ଗା । ତମକୁ କୋଉଟା ପସନ୍ଦ । ତମେ ଯାହା କହିବ ତାହା ପିନ୍ଧିବି । ସବୁ ଅଛି ଯେ ମୋର କିନ୍ତୁ କୋଉଟା ବି ପସନ୍ଦ ନୁହଁ । ଶାଢ଼ୀ ନା ଚୁଡ଼ିଦାର ନା ଲେହେଙ୍ଗା କାହାର ବି କଲର ମୋର ପସନ୍ଦ ନୁହଁ । ଶେଷ ଧାଡ଼ିଟା ରାଗ ତମ ତମ ହେଇ କହିଲେ । ମନକୁ ମନ ଭାବିଲି କାଇଁ ରାତି ଅଧଟାରେ କିଛି ଗୋଟେ କହି ହୁଇସିଲ ମାରି କିଳା ଡାକିବି । ତୁନି ହେଇ ରହିବାଟା ମୋ ପାଇଁ ଭଲ । ଏମିତି କିଛି ଭାବୁଥାଏ, ସେହି ସମୟରେ ପୁଣି ମୋ ଉପରେ ଲଦି ଦେଲେ ପାଦରେ କଣ ପିନ୍ଧିବି ହୁହ । ହାଇ ହିଲ ନା ନର୍ମାଲ ହିଲ । ମଲା ମଣିଷ , ଏ କଥା ଶୁଣି ମୋ ମୁଣ୍ଡ ପୁରା ଟିଣ । କିଛି କହିବା ପୂର୍ବରୁ ପ୍ରେମିକାର (ପୂର୍ବତନ) ନିଜ ଆଡୁ କହିଲେ ଶାଢ଼ୀ ହେଉ କି ଚୁଡ଼ିଦାର । ଯାହା ସହ ବି ହାଇ ହିଲ ପିନ୍ଧିଲେ ସିଏ କୁଆଡେ ମୋଠୁ ବେଶୀ ଲମ୍ବା ଦେଖା ଯିବେ । ମୋ ପାଇଁ ସବୁ ଇଛାକୁ ଜଳାଞ୍ଜଳି ଦେଇ ନର୍ମାଲ ହିଲ ସହ ଶାଢ଼ୀ ପିନ୍ଧିବେ ବୋଲି ନିଜେ ନିଜେ ଫାଇନାଲ୍ କରିନେଲେ । ମନେ ମନେ ଭାବୁଥାଏ ବହୁତ କିଛି ….. ..ଯାହା ତାହା ଏଠି ଉଲ୍ଲେଖ କରି ପାରିବିନି । ତା ପର ଦିନ ଫଙ୍କସନ ହେଲା । ସିଏ ବି ମୋତେ କହିଥିବା ମୁତାବଜ ଶାଢ଼ୀ ଆଉ ନର୍ମାଲ ହିଲ ପିନ୍ଧି ଫଙ୍କସଙ୍କୁ ଆସିଲେ । ନାଚ ଗୀତ ହେଲା । ହେଲେ ଅବଶୋଷ କୋଉଥିରେ ଭାଗ ନେଇ ପାରିଲିନି । କେବଳ ଦର୍ଶକ ସାଜିଲି ଆଉ ତାଳି ମାରିଲି .. । କିଛି ଦିନ ଭିତରେ କଲେଜ ପଢ଼ା ବି ସରିଗଲା। ସିଏ ତା ବାଟରେ। ମୁଁ ମୋ ବାଟରେ ।

ୟା ଭିତରେ କିଛି ବର୍ଷ ବିତି ଗଲାଣି । ଭୁବନେଶ୍ୱର ଉପକଣ୍ଠ ଦୟା ନଦୀରେ ବି ବହୁତ ପାଣି ବୋହି ଗଲାଣି । ଏମିତିକି କୁଆଖାଇରେ ବି । ସମୟ ବି ବହୁତ ଆଗକୁ ଚାଲିଯାଇଛି । ସେଦିନର ପ୍ରେମିକା ଆଜି ମୋ ପାଇଁ ପୂର୍ବତନ । ମୁଁ ବି ତାଙ୍କ ଏକ୍ସ । କାହିଁକି ହେବନି ଯେ …. ଥାଉ । କାହାଣୀ ଏଇଠି ସରିନି ।

ସେଦିନ ସନ୍ଧ୍ୟାରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବୁଲୁ ବୁଲୁ ହଠାତ ନଜର ପଡିଲା ଗୋଟେ ଝିଅ ଉପରେ । ହାତ କଟା ଧଳା ଟି ଶାର୍ଟ, ବର୍ତ୍ତମାନର କଟା କଟି ହେଇ ଥିବା ଫ୍ୟାସନେବୁଲ ଜିନ୍ସ, ହାତରେ ଆଉ ବେକରେ ଟାଟୁ, ମୁହଁରେ ଡିପ ମ୍ୟାକଅପ, ଓଠରେ ଗୋଲାପୀ ରଙ୍ଗର ଗାଢ଼ ଲିପ୍ସଷ୍ଟିକ, ଧୂସର ରଙ୍ଗ ର ମୁକୁଳା ବାଳ, ପାଟିରେ ଚୁଇଁଙ୍ଗମ, କଥାରେ ଠୁସ ଠାସ ଇଂଲିଶ । ଆରେ ହଁ ଆଉ ଗୋଟେ କଥା ଭୁଲି ଯାଇଥିଲି । ପାଦରେ ହାଇ ହିଲ । ଆଉ ଚାଲି ରାମ୍ପ ଉପରେ କ୍ୟାଟ ଉଆକ କଲା ପରି । ବହୁତ ସମୟ ଧରି ତାକୁ ଘୁରି ଘୁରି ଚାହିଁଲି । ସିଏ ବି ଚାହିଁଲା । ଶେଷରେ ଏଇ ଚାହାଁ ଚାହିଁ ଭିତରେ ଉପାପାଦ୍ୟ ଟି ସମାଧାନ ହେଲା । ଆରେ ଇଏ ତ ମୋର ସେଇ କଲେଜ ବେଳର ପୂର୍ବତନ ପ୍ରେ…… । ହେଲେ ସିଏ କଣ ଏଇ ବେଶ ଭୁଷାରେ । ତାର ଏଭଳି ରୂପକୁ ଦେଖି ମୁଁ ପୁରାପୁରି ତାଯୁବ ।

ଯିଏ କେବେ ଦିନେ ମୋତେ କଲେଜ ବେଳେ କହୁଥିଲା ଡ଼୍ୟାନ୍ସ ବହାନାନରେ ମୁଁ କୁଆଡେ ସୀମା ଟପି ଯାଉଛ । ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କଲାବେଳେ ମୁଁ କୁଆଡେ ଝିଅଙ୍କ ସହିତ ବେଶୀ କ୍ଲୋଜ ହେଇ ଯାଉଛି । ଆଉ ନାଚୁ ନାଚୁ ଝିଅମାଙ୍କର ଅଣ୍ଟାରେ ସତସତିକା ଧରି ପକଉଛି ବାରମ୍ବାର । ତାକୁ (ପୂର୍ବତନ ପ୍ରେମିକା) କୁଆଡେ ଏ ସବୁ ଜମାରୁ ଭଲ ଲାଗେନି କହୁଥିଲା । ଏମିତି ହେଲେ ମୋତେ କିମା କରି ଦେବ। ପାରସଲ କରିଦେବ ବୋଲି.. ଅନର୍ଗଳ ତାଗିଦ …. କରୁଥିଲା। ଯିଏ ଦିନେ ହାଇ ହିଲ ପିନ୍ଧିଲେ କୁଆଡେ ମୋଠୁ ବେଶୀ ଲମ୍ବା ଦେଖା ଯିବ । ସେଥିପାଇଁ ନିଜର ସବୁ ଇଛାକୁ ଜଳାଞ୍ଜଳି ଦେଇ କୁଆଡେ ମୋ ପାଇଁ ନର୍ମାଲ ହିଲ ସହ ଶାଢ଼ୀ ପିନ୍ଧୁଥିଲା । ସିଏ ପୁଣି ଆଜି …..
ହା ହା ହା ହା ହା ହା ହା ହା ହା ହା ହା ହା ହା ହା ….
ମୋ ଗପଟି ସଇଲା ଫୁଲ ଗଛଟି ମଇଲା ।।।

#ଦୁଷ୍ମନ୍ତକୁମାରବେହେରା #ଯଶୀପୁର #ମୟୁରଭଞ୍ଜ
ମୋ – ୯୪୩୭୮୭୯୧୩୧