ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ; ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଭଦୋଦରା : ଗୁଜୁରାଟର ନର୍ମଦା ତଟରେ ସର୍ଦ୍ଦାର ସରୋବର ଡ୍ୟାମ ନିକଟରେ ଉନ୍ନୋଚିତ ହେଲା ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତୀ ଷ୍ଟାଚ୍ୟୁ ଅଫ୍ ୟୁନିଟି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ ତମ ଜୟନ୍ତୀ ଅବସରରେର ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିର ଦିନକୁ କେହି କେବେ ଭୁଲିବେ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଏକ ଭାରତ ଅକଣ୍ଡ ଭାରତର ନାରା ଦେିଥିଲେ ମୋଦି । ସର୍ଦ୍ଦାରଙ୍କ ଏକ ଓ ୍ଖଣ୍ଡ ଭାରତ ଗଠନ ଲାଗି ଉତ୍ସଗକୁ ମନେ ପକାଇଥିଲେ । ଏହା ସହ ଏହି ମୂର୍ତ୍ତୀ ତିଆରିରେ ସଂପୃକ୍ତ କାରୀଗର,ଇନ୍ଝିନିୟରଙ୍କ ଠୁଆରମ୍ଭ କରି ପ୍ରତ୍ୟକୋ ବ୍ୟକ୍ତିଙ୍କୁ ଶୁଭେଛା ଜଣାଇବା ସହ ଧନ୍ୟବାଦ ଦେିଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ଦିନ ଇତିହାସରେ ଯୋଡି ହୋଇ ରହିଲା ବୋଲି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଉନ୍ନୋଚନ ଲାଗି ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ,ରାଜ୍ୟ ପାଳ ଓ ସାଂସଦ ଅମିତ ଶାହ ପ୍ରମ୍ମୁଖ ଏହି ଉତ୍ସବରେ ଅତିଥୀ ଭାବେ ଯୋଗ ଦେଇଥିଲେ । ଆସନ୍ତା କାଲି ଠାରୁ ଏହା ସାଧାରଣ ଲୋକଙ୍କ ଦେଖିବା ଲାଗି ଖୋଲା ରହିବ ।

ଗୁଜୁରାଟ ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ୧୮୨ ମିଟର ଉ ଚ୍ଚର ନିର୍ମିତ ଏହି ପ୍ରତିମୂର୍ତ୍ତିର ଅନାବରଣ ପରେ ବାୟୁସେନାର ତିନି ବିଭାଗ ଉଡ଼ାଣ ଭରିଥିଲୋ । ଏହା ସହ କମଳା, ଧଳା ଓ ସବୁଜ ରଙ୍ଗରେ ଆକାଶରେ ତ୍ରିରଙ୍ଗା ଆଙ୍କି ଥିଲେ । ପଟେଲଙ୍କ ପ୍ରତିମୂର୍ତ୍ତି ପାଖରେ ୱାଲ ଅଫ ୟୁନିଟି’ର ଉନ୍ମୋଚନ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ମୋଦି ପଟେଲଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ଅକ୍ଟୋବର ୩୧ ତଥା ଆଜି ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜୟନ୍ତୀ । ଏହି ଅବସରରେ ପଟେଲଙ୍କ ପ୍ରତିମୂର୍ତ୍ତିରେ ଦୁଇଟି ଏମଆଇ-୧୭ ହେଲିକପ୍ଟର ପ୍ରତିମୂର୍ତ୍ତି ଉପରେ ପୁଷ୍ପ ବର୍ଷା କରି ଥିଲେ । ଗୁଜରାଟ ପୋଲିସ, ସଶସ୍ତ୍ର ଅର୍ଦ୍ଧସୈନିକ ବଳର ବ୍ୟାଣ୍ଡ ସାଂସ୍କୃତିକ ଓ ସଙ୍ଗୀତ କାର‌୍ୟ୍ୟକ୍ରମ ପରିବେଷଣ ହୋଇଥିଲା । ୨୯ ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର କଳାକାର ନୃତ୍ୟ ପରିବେଷଣ କରି ଥିଲେ । ଦୁନିଆର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି କୁହାଯାଉଥିବା ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ଠାରୁ ଏହା ଦୁଇ ଗୁଣ ଉଚ୍ଚ ।
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ କରିବା ଲାଗି ୪ବର୍ଷ ଲାଗିଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣରେ ୩ ହଜାର ୭୦୦ ଜଣ ଶ୍ରମିକ ଏବଂ ୨୫୦ ଜଣ ଇଂଜିନିୟର ଲାଗିଥିଲେ । ଏହି ମୂର୍ତ୍ତିକୁ ନିର୍ମାଣ କରିବା ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିମଧ୍ୟରୁ ୨ ହଜାର ୩୩୨ କୋଟି ମୂର୍ତ୍ତି ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବାବେଳେ ଅନ୍ୟ ୬ ଶହ କୋଟି ୧୫ ବର୍ଷ ଯାଏଁ ଦେଖାଶୁଣା କରିବା ପାଇଁ ରହିଛି । ମୂର୍ତ୍ତି ନିର୍ମାଣରେ ୪ଟି ଧାତୁ ବ୍ୟବହାର କରାଯାଇଛି । ମୂର୍ତିରେ ୮୫ ପ୍ରତିଶତ ତମ୍ବାର ବ୍ୟବହାର ହୋଇଛି । ଏହାସହ ଦୁଇହଜାର ମେଟ୍ରିକ ଟନ୍ ବ୍ରୋଞ୍ଜ, ୫ ହଜାର ୭ ଶହ ମେଟ୍ରିକ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ୍ ବ୍ୟବହାର ହୋଇଛି । ଏହାଛଡା ୨୨ ହଜାର ୫ ଶହ ମିଲିୟନ ଟନ୍ ସିମେଂଟ ବି ବ୍ୟବହାର କରାଯାଇଛି ମୂର୍ତ୍ତି ନିର୍ମାଣରେ । ଦୀର୍ଘ ୧୨ କଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି ।