ହାଇଦ୍ରାବାଦ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତିକୁ ଅଷ୍ଟମ ଆଶ୍ଚର୍ଯ୍ୟର ମାନ୍ୟତା । ସାଂଘାଇ କର୍ପୋରେସନ ଅରଗାନାଇଜେସନ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଶ୍ବର ସବୁଠାରୁ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତି ହେଉଛି ‘ଷ୍ଟାଚୁ ଅଫ୍ ୟୁନିଟି’ ।
ଏହି ପ୍ରତିମୂର୍ତି ଗୁଜୁରାଟର ନର୍ମଦା ନଦୀ ଉପରେ ନିର୍ମାଣ କରାଯାଇଥିବା ସର୍ଦ୍ଦାର ସରୋବର ଡ୍ୟାମକୁ ମୁହଁ କରି ଠିଆ ହୋଇଛି । ଏହାର ଉଚ୍ଚତା ପ୍ରାୟ ୫୯୭ ଫୁଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୦ରେ ଏହି ପ୍ରତିମୂର୍ତିର ନିର୍ମାଣ ପାଇଁ ଘୋଷଣା କରିଥିବାବେଳେ ଏହାର ୮ ବର୍ଷ ପରେ ୩୧ ଅକ୍ଟୋବର ୨୦୧୮ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜନ୍ମଜୟନ୍ତିରେ ଏହାକୁ ଉଦଘାଟନ କରାଯାଇଥିଲା ।
ଏହାକୁ ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଟ୍ବିଟ କରି ଜଣାଇଛନ୍ତି ଅଭିନନ୍ଦନ ।