୪ଦିନ ଯାଏଁ ରାଜ୍ୟରେ ରହିବ କୁହୁଡି ଆଂଚଳିକ

ଭୁବନେଶ୍ଵର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଘନ କୁହୁଡି ସାଙ୍ଗକୁ ରାଜ୍ୟରେ ଅସହ୍ୟ ଶୀତ ରହିଛି। ଆଜି ୧୦ ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରେକର୍ଡ କରାଯାଇଛି। ୭.୪ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ରହିଛି। 

 

ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଅନୁଯାୟୀ, ଦାରିଙ୍ଗବାଡିରେ ୦୯ ଡିଗ୍ରୀ, ଟିଟଲାଗଡ଼ରେ ୯.୧ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ ରହିଛି। ଆସନ୍ତା ୩ରୁ ୪ ଦିନ ଯାଏଁ ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିବ। ଭୁବନେଶ୍ଵର ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଘନ କୁହୁଡି ରହିବ। ୧୬ରେ ୮ଟି ଜିଲ୍ଲା ଓ ୧୭ରେ ୭ଜିଲ୍ଲା ପାଇଁ କୁହୁଡିର ସତର୍କ ସୂଚନା ଦିଆଯାଇଛି। କଟକ, ଖୋର୍ଦ୍ଧା, ବଦ୍ରକ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ପୁରୀ, ନୟାଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇଛି। ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି।