ପଶ୍ଚିମବଙ୍ଗ ଫେରନ୍ତା ସ୍ୱଇଚ୍ଛାରେ ସଙ୍ଗରୋଧରେ ରହିବାକୁ ରାଜ୍ୟ ସରକାରଙ୍କ ଅପିଲ

ଭୁବନେଶ୍ୱର: ଓଡ଼ିଶାରେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ଏବେ ଚିନ୍ତା । ଓଡ଼ିଶାରେ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବାରୁ ତତ୍ପର ରାଜ୍ୟ ସରକାର । ସଂକ୍ରମଣ ନ ବଢାଇ ନିଜ ଇଚ୍ଛାରେ ଆସି ସଙ୍ଗରୋଧରେ ରହିବାକୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ଅପିଲ ।

ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ ନମୂନା ପରୀକ୍ଷା ପାଇଁ ସ୍ୱତଃ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । କାରଣ ସୁସ୍ଥ ଦେଖାଗଲେ ମଧ୍ୟ ପରବର୍ତ୍ତି ସମୟରେ ପଶ୍ଚିମବଙ୍ଗ ଫେରନ୍ତା କରୋନା ସଂକ୍ରମିତ ହେଉଛନ୍ତି । ତେବେ ସେମାନଙ୍କୁ ନମୂନା ପରୀକ୍ଷା ପାଇଁ କୌଣସି ପ୍ରକାର ଖର୍ଚ୍ଚ କରିବକୁ ପଡିବ ନାହିଁ । ରାଜ୍ୟ ସରକାର ଏ ସମସ୍ତ ଖର୍ଚ୍ଚ ବହନ କରିବେ । ତେଣୁ ଯେଉଁମାନେ ପଶ୍ଚିମବଙ୍ଗରୁ ଫେରିଛନ୍ତି, ସେମାନେ ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ଯୋଗାଯୋଗ କରିବା ସହ ସଙ୍ଗରୋଧରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।