ରାଜ୍ୟରେ ଖୋଲିବ ଅତ୍ୟାଧୁନିକ କ୍ୟାନସର ଚିକିତ୍ସାକେନ୍ଦ୍ର : ଟାଟା ଟ୍ରଷ୍ଟ ସହଏମଓୟୁ କଲେ ସରକାର

ଭୁବନେଶ୍ୱର : ରାଜ୍ୟରେ କ୍ୟାନସର ରୋଗର ଚିକିତ୍ସା ହେବ ସରଳ । ଆଉ ବାହାରକୁ ଯିବାକୁ ପଡିବନି ରୋଗୀଙ୍କୁ । ରାଜ୍ୟ ବାହାରର ବଡ ହସ୍ପିଟାଲରେ ଅଯଥା ଖର୍ଚ୍ଚାନ୍ତ ହେବାରୁ ବଂଚିବେ କ୍ୟାନସର ରୋଗୀ । ଏନେଇ ଆଜି ଟାଟା ମୋମୋରିଆଲ ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସଚିବାଳୟରେ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟା ଉପସ୍ଥିତ ରହିଥିଲେ ।
ଏହି ପତ୍ରରେ ୫ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୯୦ ପ୍ରତିଶତ କ୍ୟାନ୍ସର ରୋଗୀଙ୍କୁ କେମୋଥେରାପି ସାହାଯ୍ୟରେ ଚିକିତ୍ସା ମିଳିବ । ଟାଟା ଟ୍ରଷ୍ଟ ଭୁବନେଶ୍ୱରରେ ଅତ୍ୟାଧୁନିକ କ୍ୟାନସର ଚିକିତ୍ସାଳୟ ଖୋଲିବା ସହ ରୋଗୀଙ୍କୁ କିପରି ରାଜ୍ୟ ଭିତରେ ଉନ୍ନତମାନର ଚିକିତ୍ସା ଯୋଗାଇବ ତାହା ଉପରେ ଗୁରୁତ୍ୱ ଦେବ ବୋଲି କହିଛି ।
କଟକରେ ଥିବା ରାଜ୍ୟରେ ଏକ ମାତ୍ର କ୍ୟାନସର ହସ୍ପିଟାଲ ବା ଆଚାର୍ୟ୍ୟ ହରିହର ଆଂଚଳିକ କ୍ୟାନସର ସେଂଟରକୁ କ୍ୟାନସର କେଆର ଡାକ୍ତରଖାନା ଭାବେ ଅପଗ୍ରେଡ କରାଯିବ । ଏହା ସହ କିଛି ସ୍ୱତନ୍ତ୍ର ମେଡିକାଲ କଲେଜରେ କ୍ୟାନସର ରୋଗର ଚିକିତ୍ସା ପାଇଁ ସୁବିଧାସୁଯୋଗ ଦିଆଯିବ। ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓଥେରାପି ଓ କେମୋଥେରାପି ଭଳି ସେବା ମିଳିବା ନେଇ ଯୋଜନା ରହିଥିବା
ସୂଚନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।