ଏଣିକି ସକାଳ ୯.୩୦ରୁ ଅପରାହ୍ଣ ୪.୩୦ ପର‌୍ୟ୍ୟନ୍ତ ଖୋଲାରହିବ ସ୍କୁଲ

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥା ବଦଳାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏଥିପାଇଁ ଗୋଟିଏ ପରେ ଗୋଟିଏ ନିୟମର ହେଉଛି ପରବର୍ତ୍ତନ। ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ବଦଳିଛି ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସ୍କୁଲ ଆସିବା ସମୟ । ଏଣିକି ସକାଳ ସାଢେ ୯ଟାରୁ ଅପରାହ୍ନ ସାଢେ ୪ଟା ପର‌୍ୟ୍ୟନ୍ତ ଖୋଲା ରହିବ ବିଦ୍ୟାଳୟ । ଏହି ମର୍ମରେ ରାଜ୍ୟର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

ଶ୍ରେଣୀ ଗୃହରେ ପଡିବ ମ୍ୟାଟ, ପିଲାଙ୍କୁ ଯୋଗାଇ ଦିଆଯିବ ଫିଲଟର ପାଣି । ସ୍କୁଲ ସମୟରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରେଜିଷ୍ଟ୍ରାରେ କରାଯିବ ପଞ୍ଜିକୃତ। ଏପରିକି କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଯାଇପାରିବେ ନାହିଁ । ପୂର୍ବରୁ ସରକାରୀ ସ୍କୁଲ ସମୟ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହେଉଥିଲା।