ପ୍ରବାସୀ ଓଡିଆଙ୍କ ପାଇଁ ସହଯୋଗର ହାତ ବଢେଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ବାହାରେ ଫସି ରହିଥିବା ଓଡିଆଙ୍କ ପାଇଁ ଖୁସି ଖବର । ପ୍ରବାସୀ ଓଡିଆଙ୍କ ପାଇଁ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଜନସାଧାରଣଙ୍କୁ ତଦାରଖ କରିବାକୁ ନିଯୁକ୍ତ ହେବେ ନୋଡାଲ ଅଫିସର । ଏନେଇ ରବିବାର ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟିମ ଗଠନ କରିଛନ୍ତି।

ଦିଲ୍ଲୀ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଝାଡଖଣ୍ଡ ଓ କେରଳରେ ଫସି ରହିଥିବା ଓଡିଆଙ୍କ ସୁବିଧା ଅସୁବିଧା ବୁଝିବେ ଏହି ଟିମ । ଉକ୍ତ ଟିମରେ ଅଫିସରମାନେ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମାନଙ୍କ ନାମ, ଫୋନ ନମ୍ବର ଓ ଇମେଲ ଠିକଣା ଦିଆଯାଇଛି