ଶ୍ରୀମନ୍ଦିର ପାଇଁ ଜରୁରୀକାଳିନ ପାଣ୍ଠିରୁ ୩୦୦ କୋଟି ଟଙ୍କା ମଞ୍ଜୁରୀ

ପୁରୀ: ପୁରୀର ଶ୍ରୀମନ୍ଦିର ପାଇଁ ଓଡ଼ିଶା ସରକାର ଜରୁରୀକାଳିନ ପାଣ୍ଠିରୁ ୩୦୦କୋଟି ଟଙ୍କା ମଞ୍ଜୁରୀ କରିଥିବା ଜଣାପଡିଛି । ରାଜ୍ୟ ସରକାର ଆରମ୍ଭ କରିଥିବା ଅବଢ଼ା ଯୋଜନାରେ ଶ୍ରୀମନ୍ଦିର ଚାରିପଟେ ତିଆରି ହେବାକୁ ଥିବା ହେରିଟେଜ୍ ସିକ୍ୟୁରିଟି ଜୋନ ବା ଐତିହ୍ୟ ସୁରକ୍ଷା କ୍ଷେତ୍ର ପାଇଁ ଏହି ରାଶି ବ୍ୟୟ କରାଯିବ ବୋଲି ଜଣାପଡିଛି ।

ଏହା ସହ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ମନ୍ଦିର ନିକଟରୁ ୭୫ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରାଯାଉଥିବା ଲୋକମାନଙ୍କୁ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ମଧ୍ୟ ଏହି ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଇତି ମଧ୍ୟରେ ଏହି ଅର୍ଥର ଅଗ୍ରୀମ ପୁରୀର ପୂର୍ତ ବିଭାଗ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଠାଯାଇଛି । ଏ ସଂପର୍କରେ ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା ଅର୍ଥ ପରାମର୍ଶଦାତା ଏସ.କାନୁନଗୋ ଆକାଉଂଟାଂଟ ଜେନେରାଲଙ୍କୁ ପତ୍ର ଲେଖି ସୂଚୀତ କରାଇଛନ୍ତି ।