ଭୁବନେଶ୍ୱର: ଗତକାଲି ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି ୫୧ ରୁ ୫୪ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଂଚଳର ୨ ଜଣ, କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗର ଅଂଚଳର ଜଣେ ଓ ରାଜଧାନୀ ଭୁବନେଶ୍ୱରର ଜଣେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସାମ୍ନାକୁ ଆସିଛି।
Patient Travel History #Covid19
Case no: 50, 51 & 52.
Contact tracing and follow up action is being taken. pic.twitter.com/rEkkNzAAOS
— I & PR Department, Odisha (@IPR_Odisha) April 12, 2020
ସୁନ୍ଦରଗଡ଼ ବିଶ୍ରା ଅଂଚଳରୁ ରାଜ୍ୟର ୫୧ ଓ ୫୨ ନମ୍ବର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧ ନମ୍ବର କରେନା ଆକ୍ରାନ୍ତଙ୍କ ବୟସ ୬୭ ବର୍ଷ। ସେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସ ( ଗାଡ଼ି ନଂ ୧୮୪୭୭)ରେ ମାର୍ଚ୍ଚ ୫ ତାରିଖରେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ମାର୍ଚ୍ଚ ୬-୧୦ ଯାଏଁ ଦିଲ୍ଲୀ ଓ ନିଜାମୁଦ୍ଦିନର ରହିଥିଲେ । ମାର୍ଚ୍ଚ ୧୦ରେ ନିଜାମୁଦ୍ଦିନରୁ ବିଲାସପୁର ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ (ଗାଡ଼ି ନଂ ୧୨୮୨୪, ଏସ-୪, ୪୯)ରେ କଟନୀ ଆସିଥିଲେ । ସେଠାରୁ ସେ ଅନ୍ୟ ଏକ ସଂଯୋଗ କରୁଥିବା ଟ୍ରେନରେ ବିଲାସପୁର ଆସିଥିଲେ । ମାର୍ଚ୍ଚ ୧୧ରେ ରାଉରେକଲାରେ ପହଂଚିବା ପରେ ଏକ ସେୟାର ଅଟୋରେ ବିଶ୍ରା ଘରକୁ ଯାଇଥିଲେ । ମାର୍ଚ୍ଚ ୧୨ରୁ ଏପ୍ରିଲ ୨ ଯାଏଁ ସେ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ଏହା ପରେ ଏପ୍ରିଲ ୨ରୁ ୧୧ ଯାଏ ରାଉରକେଲାରେ ସରକାରୀ କ୍ୱାରେନଂଟାଇନ୍ ସେଂଟରରେ ରହିଥିଲେ । ଏପ୍ରିଲ ୧୧ରେ ପଜିଟିଭ ଚିହ୍ନଟ ହୋଇଥିଲେ । ସେହି ଦିନ ତାଙ୍କୁ ରାଉରକେଲାର ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
ରାଜ୍ୟର ୫୧ତମ କରୋନା ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ । ସେ ମାର୍ଚ୍ଚ ୧୦ରେ ନିଜାମୁଦ୍ଦିନ ଫେରନ୍ତା ୫୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେଦିନ ସେ ଯାଜପୁର ଜିଲ୍ଲାର ଚାରିନଙ୍ଗଳଠାରୁ ରାଉରକେଲାକୁ ବସରେ ଯାତ୍ରା କରିଥିଲେ । ରାଉରକେଲାରୁ ବିଶ୍ରା ଯିବା ପାଇଁ ସେ ମାର୍ଚ୍ଚ ୧୧ ତାରିଖରେ ଏକ ଅଟୋ ସହ ଯୋଗାଯୋଗ କରିଥିଲେ । ମାର୍ଚ୍ଚ ୧୧ରୁ ୨୦ ମଧ୍ୟରେ ଆଶିୟାନା ମସଜିଦରେ ରହିଥିଲେ । ମାର୍ଚ୍ଚ ୧୪ରୁ ଏପ୍ରିଲ ୫ ମଧ୍ୟରେ ସୁନ୍ଦରଗଡ଼ର ବନାର ନିକଟ ଏକ ମସଜିଦରେ ରହିଥିଲେ । ଏହା ପରେ ତାଙ୍କୁ ଏପ୍ରିଲ ୫ରୁ ୧୧ ଯାଏଁ ସରାକାରୀ କ୍ୱାରେନଂଟାଇନ୍ ରେ ରଖାଯାଇଥିଲା । ଏପ୍ରିଲ ୧୧ରେ ତାଙ୍କର ସ୍ୱାବ ନମୁନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ହାଇଟେକେ ମେଡିକାଲର କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
Patient Travel History #Covid19
Case no: 53 & 54.
Contact tracing and follow up action is being taken. pic.twitter.com/X7d0R53FHy
— I & PR Department, Odisha (@IPR_Odisha) April 12, 2020
ଭୁବନେଶ୍ୱର ଝାରପଡ଼ା ଅଂଚଳର ୪୬ ବର୍ଷିଅ ବ୍ୟକ୍ତି ହେଉଛନ୍ତି ରାଜ୍ୟର ୫୩ ନମ୍ବର କରୋନା ଆକ୍ରାନ୍ତ । ସେ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ । ସେ ମାର୍ଚ୍ଚ ୨୫ରୁ ଏପ୍ରିଲ ୩ ଯାଏଁ ବଙ୍କୁଆଳ, କେସୁରା, ସହିଦ ନଗର ଯାଇଥିଲେ । ଏପ୍ରିଲ ୪ରୁ ୬ ମଧ୍ୟରେ ସେ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କୁ ଭେଟିବା ପାଇଁ ଏମ୍ସ ଭୁବନେଶ୍ୱର ଯାଇଥିଲେ । ତାଙ୍କୁ ଏପ୍ରିଲ ୭ରୁ ୧୦ ମଧ୍ୟରେ କ୍ୱାରେନଂଟାଇନ୍ ରେ ରଖାଯାଇଥିଲା । ଏପ୍ରିଲ ୧୧ରେ ପଜିଟିଭ ଚିହ୍ନଟ ହେବା ପରେ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ରାଜ୍ୟର ୫୪ ନମ୍ବର କରୋନା ଆକ୍ରାନ୍ତଙ୍କ ବୟସ ହେଉଛି ୧୭ ବର୍ଷ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଂଚଳର ଜଣେ ବାଳିକା । ସେ ମାର୍ଚ୍ଚ ୨୯ରେ ଗାଁକୁ ପହଂଚିବା ପୂର୍ବରୁ କୋଲକାତାରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଓ ଭଦ୍ରକ ଦେଇ ଆସିଥିଲେ । ବାଟରେ ଚା’ ପିଇଥିଲେ । ଓସ୍ତିଆ ଗ୍ରାମପଞ୍ଚାୟତର ନଳଦିଆ ଗାଁରେ ନିଜ ଘରେ ମାର୍ଚ୍ଚ ୩୦ରୁ ଏପ୍ରିଲ ୧୧ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ଏପ୍ରିଲ ୧୧ରେ ତାଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।