ରାଜ୍ୟ ବାହାରୁ ଫେରୁଥିବାଙ୍କୁ ଅପିଲ: ଲକ୍ଷଣ ନ ଥିଲେ ବି ପରୀକ୍ଷା କରାନ୍ତୁ

ଭୁବନେଶ୍ୱର: ରାଜ୍ୟ ତଥା ଦେଶ ବାହାରୁ ଫେରିଥିବା ଲୋକଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅପିଲ୍ କରିଛି । ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇ ପାରନ୍ତି । କାରଣ ପାଖାପାଖି ୮୦ ପ୍ରତିଶତ ପଜିଟିଭ୍ କେସରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ତଥାପି ପରୀକ୍ଷା ପରେ ସେମାନଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସୁଛି । କୌଣସି ଲକ୍ଷଣ ପ୍ରକାଶ ନ ପାଇଲେ ମଧ୍ୟ କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ନିଜ ପରିବାରର ସୁରକ୍ଷା ନିଜ ହାତରେ । ପରିବାର, ଗାଁ ତଥା ସମାଜ ପାଇଁ ବାହାର ଫେରନ୍ତା ପରୀକ୍ଷା କରାଇ ନିଅନ୍ତୁ । ତେବେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ ବୋଲି ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।