ରାଜ୍ୟ ଚଳଚ୍ଚିତ୍ର ଆୱାର୍ଡ: ଜୟଦେବ ପୁରସ୍କାରରେ ସମ୍ମାନିତ ହେଲେ ବିଜୟ ମିଶ୍ର

ଶ୍ରେଷ୍ଠ ଅଭିନେତା ମିହିର ଦାସ, ଶ୍ରେଷ୍ଠ ଅଭିନେତ୍ରୀ ଅର୍ଚ୍ଚିତା

ଭୁବନେଶ୍ୱର: ୩୦ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଂଳାପକାର, ଚିତ୍ରନାଟ୍ୟ, ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରକୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଯୋଗଦେଇଥିଲେ ।

“ଭିଜା ମାଟିର ସ୍ୱର୍ଗ” କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ପାଇଛି । ଏହି ଫିଲ୍ମ ପାଇଁ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଓ ଫିଲ୍ମ ଚମ୍ପିୟାନ ପାଇଁ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର ପୁରସ୍କାର ପାଇଛନ୍ତି । ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ବିଶିଷ୍ଟ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମିଳିଛି । ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ୨୭ଟି ବିଭାଗ ମଧ୍ୟରୁ ଶ୍ରେଷ୍ଠ ଶିକ୍ଷଣଭିତ୍ତିକ ଶିଶୁ ଚଳଚ୍ଚିତ୍ରକୁ ଛାଡି ଅନ୍ୟ ସବୁ ବିଭାଗରେ ସମ୍ମାନ ପ୍ରଦାନ କରାଯିଛି ।

ତେବେ କିଏ କେଉଁଥି ପାଇଁ ପାଇଲେ ପୁରସ୍କାର ଜାଣିବା:

ଶ୍ରେଷ୍ଠ କାହାଣୀକାର- ନିରଞ୍ଜନ ରେଡ୍ଡୀ- ଓଲେ ଓଲେ ଦିଲ ବୋଲେ
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଶାନ୍ତିରାଜ ଖୋସଲା- ଫେରିଆ କମବ୍ୟାକ
ପ୍ରଚ୍ଛଦପଟ ଗାୟକ- କରୁଣାକର- ଫେରିଆ
ପ୍ରଚ୍ଛଦପଟ ଗାୟିକା- ଅନ୍ତରା ଚକ୍ରବର୍ତ୍ତୀ- ସାଥି ତୁ ଫେରିଆ
ଶ୍ରେଷ୍ଠ ଫଟୋଗ୍ରାଫି- ଦିଲ୍ଲୀପ ରାୟ- ଭିଜା ମାଟିର ସ୍ୱର୍ଗ
ଶ୍ରେଷ୍ଠ ସମ୍ପାଦନା- ଅମରେନ୍ଦ୍ର ମହାପାତ୍ର- ଫେରିଆ
ଶ୍ରେଷ୍ଠ ଗୀତ ରଚନା- ବସନ୍ତରାଜ ସାମଲ- ସାଥି ତୁ ଫେରିଆ (ଶ୍ରାବଣ ଅଛି, ବର୍ଷା ନାହିଁ)
ଶ୍ରେଷ୍ଠ ଚିତ୍ରନାଟ୍ୟ- ଆଶୁତୋଷ ମହାପାତ୍ର- ଭିଜାମାଟିର ସ୍ୱର୍ଗ
ଶ୍ରେଷ୍ଠ ସହଅଭିନେତା- ମନୋଜ ମିଶ୍ର- ଚମ୍ପିଆନ
ଶ୍ରେଷ୍ଠ ସହଅଭିନେତ୍ରୀ- ଶିବାନୀ ଖରା- ଫେରିଆ
ଶ୍ରେଷ୍ଠ ହାସ୍ୟ ଅଭିନେତା- ରାକ୍ଷୀ- ଦିୱାନା ହେଲି ତୋରି ପାଇଁ
ଶ୍ରେଷ୍ଠ ଶିଶୁ ଶିଳ୍ପୀ- ସାର୍ଥକ ହୋତା- ଫେରିଆ
ଶ୍ରେଷ୍ଠ କଳା ନିର୍ଦ୍ଦେଶକ- ସଂଗ୍ରାମ ମହାରଣା- ଫେରିଆ
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ- ନିତ୍ୟଶ୍ରୀ ରଞ୍ଜନ- ଜୀବନର ଚଲାପଥେ

ସ୍ୱତନ୍ତ୍ର ଜୁରୀ ସମ୍ମାନ:

୧- କାଦମ୍ବିନୀ ମିଡିଆ- କହେ ଜଲ୍ଲଭ
୨- ସୌମ୍ୟକାନ୍ତ ଖଣ୍ଡାୟୀ- ଜୀବନର ଚଲାପଥେ

ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର:

୧- କଲ୍ୟାଣୀ ମିଶ୍ର ଓ ରଣଜିତ ରଥ- ଭିନ୍ନ ଭିଟାମାଟି
୨- ଶ୍ରୀମତୀ ନୀଳ ମହାପାତ୍ର-ସନ୍ନି ଦ ସନ ଅଫ ରିଭର

ଆଦିବାସୀ ଭାଷାରେ ଶ୍ରେଷ୍ଠ ଚଳଚ୍ଚିତ୍ର- ହୋ ସମାଜ ଫିଲ୍ମ ଏକାଡେମୀ- ଆମାଗେ ଜୁଲି
ଶ୍ରେଷ୍ଠ ସଂଳାପ ଲେଖକ- ନନ୍ଦ ଲାଲ ମହାପାତ୍ର- ଭିଜା ମାଟିର ସ୍ବର୍ଗ
ଶ୍ରେଷ୍ଠ ପୋଷାକ- ପ୍ରସନ୍ନ ଶତପଥୀ- ଫେରିଆ
ଶ୍ରେଷ୍ଠ ମେକଅପ- ସମରେଶ ପାଲ- ଦିୱାନ ହେଲି ତୋରି ପାଇଁ
ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା- ମୁନା ବାବୁ- ଫେରିଆ