ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ରବିଶଙ୍କରଙ୍କୁ ମିଳିବ “ଜୟଦେବ ସମ୍ମାନ”, ସନମୀରା ଶ୍ରେଷ୍ଠ ଅଭିନେତ୍ରୀ, ପାର୍ଥସାରଥୀ ଶ୍ରେଷ୍ଠ ଅଭିନେତା

ଭୁବନେଶ୍ୱର: ଚଳିତ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ଏଡିଟର ରବିଶଙ୍କର ପଟ୍ଟନାୟକଙ୍କୁ “ଜୟଦେବ ସମ୍ମାନ”ରେ ସମ୍ମାନିତ କରାଯିବ । ଅନ୍ୟପଟେ ‘ଲୈଲା ଓ ଲୈଲା’ ଫିଲ୍ମ ପାଇଁ ସନମୀରାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି । ସେହିଭଳି ‘ହେଲୋ ଆରସି’ ପାଇଁ ପାର୍ଥସାରଥୀ ରାୟଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି । ସମ୍ବିତ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ତରଙ୍ଗ ପ୍ରଡକ୍ସନର ‘ନୂଆବୋହୂ’କୁ ଶ୍ରେଷ୍ଠ ଧାରାବାହିକ ଭାବେ ମନୋନୀତ କରାଯାଇଛି । ‘ନୂଆବୋହୂ’ର ଜଗଜିତ୍ ପାଲ୍ଙ୍କୁ ଶ୍ରେଷ୍ଠ ଟେଲି ଅଭିନେତା ଭାବେ ସମ୍ମାନିତ କରାଯିବା ନେଇ ଘୋଷଣା ହୋଇଛି ।