କ୍ୟାବିନେଟ ନିଷ୍ପତି: ସବୁ ଚାଷୀଙ୍କଠୁ କିଣାଯିବ ଧାନ, ବରମୁଣ୍ଡା ନବକଳେବର ପାଇଁ ଖର୍ଚ୍ଚ ହେବ ୧୬୦କୋଟି

ଭୁବନେଶ୍ୱର:ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ଲାଗିଛି । ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଗୃହିତ ହୋଇଛି । ଚଳିତ ବର୍ଷ ୬୦ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ସହ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ପାଇଁ ୧୬୦କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ବୈଠକରେ ନିଷ୍ପତି ହୋଇଛି । 

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିଥିଲା । ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଗୃହିତ ହୋଇଛି । ଚଳିତ ବର୍ଷ ୬୦ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୪୧ଲକ୍ଷ ଟନ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି  । ଧାନ ସଂଗ୍ରହରେ ପାକ୍ସ, ଲ୍ୟାମ୍ପସ ସହ ଏସଏଚଜି ମହିଳା ମଧ୍ୟ ସାମିଲ ରହିବେ । ପୂର୍ବରୁ ୪୮ଘଣ୍ଟା ୭୨ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ମିଳୁଥିଲା । ସେଥିରେ ପରିବର୍ତ୍ତନ କରାଯାଇ ଧାନ ବିକ୍ରି ପରେ ଚାଷୀଙ୍କୁ ୨୪ରୁ ୪୮ଘଣ୍ଟା ମଧ୍ୟରେ ଟଙ୍କା ମିଳିବ ବୋଲି ନିଷ୍ପତି ହୋଇଛି । ଧାନ ବିକ୍ରି ହେବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । 

ଗତବର୍ଷ ୫୫ଲକ୍ଷ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଥିଲା ଚଳିତ ବର୍ଷ ଏଥିରେ ୫ଲକ୍ଷ ଟନ ବୃଦ୍ଧି କରାଯାଇ ୬୦ଲକ୍ଷ ଟନ ଲକ୍ଷ୍ୟ ରଖାଯାଇଛି । ଚଳିତ ଥର ରାଜ୍ୟର ସବୁ ଚାଷୀଙ୍କ ଠାରୁ ଧାନ କିଣାଯିବ । ସେଥିରେ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ବୃଦ୍ଧି ହେବ । 

ସେହିପରି ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ନେଇ ମଧ୍ୟ ଆଜି କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ବସଷ୍ଟାଣ୍ଡର ନବୀକରଣ ପାଇଁ ୧୬୦କୋଟି ଟଙ୍କା ଖର୍ଚ୍ଚ ହେବ । ୨ବର୍ଷରେ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଶେଷ କରିବାକୁ ନିଷ୍ପତି ନିଆଯାଇଛି ।