ରାଜ୍ୟ କ୍ୟାବିନେଟ ବୈଠକ; ୯ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକ ଶେଷ। ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ। ଏହାସହ ରାଜ୍ୟ ୫ମ ଅର୍ଥ ଆୟୋଗ ଆକ୍ସନ ଟେକେନ୍ ରିପୋର୍ଟ ହେଲା ଉପସ୍ଥାପନ।

ସେହିପରି ଓଡିଶା ସିଭିଲ ସର୍ଭିସ ରୁଲ ସଂଶୋଧନ ହୋଇଛି। ଓଡିଶା ସିଭିଲ ରିହାବିଲିଟେସନ ଆସିବ। ଏଥିରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗ୍ରୁପ ଡି ପଦବୀ ମିଳିବ। ଆଗରୁ ୧୦ ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ। ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେ ବି ନିଯୁକ୍ତି ମିଳିବ।

ଏହା ସହିତ ଗ୍ରାମୀଣ ପାନୀୟ ଜଳର ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସୁନ୍ଦରଗଡ ଜିଲ୍ଲାର ଏହି ଦୁଇ ପ୍ରକଳ୍ପ ହୋଇଥିବାବେଳେ ଏଥିରେ ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ୩ଟି ବ୍ଲକର ସବୁ ଗାଁକୁ ଯିବ ପାଣି। କୁଅଁରମୁଣ୍ଡା ବ୍ଲକ ପାଇଁ ବି ପ୍ରକଳ୍ପ ହେବ। ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨ ଲକ୍ଷ ଲୋକ ଉପକୃତ ହେବେ। STPI ର ଯେକୌଣସି ଜାଗାରେ କେନ୍ଦ୍ର ହେଲେ ୩ ଏକର ପର୍ଯ୍ୟନ୍ତ ପ୍ରିମିୟମ ମାଗଣା ଦିଆଯିବ। ଓଡିଶା ଖଣି ନିଗମର ଦୀର୍ଘ ମିଆଦୀ ଲିଙ୍କେଜକୁ ଅନୁମତି ମିଳିଛି। ଅନ୍ୟପଟେ ବିଧାନସଭା ତୃତୀୟ ଅଧିବେଶନକୁ ମଞ୍ଜୁରୀ ମିଳିଛି।