ଅଳ୍ପକେ ବର୍ତ୍ତିଲେ ଲୋକସଭା ବାଚସ୍ପତି ଓମ ବିର୍ଲା

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା ଅଳ୍ପକେ ବର୍ତ୍ତିଯାଇଛନ୍ତି | ପ୍ରକୃତରେ ଲୋକସଭା ବାଚସ୍ପତି ଭାବେ ଚୟନ ହେବା ପରେ ରାଜସ୍ଥାନର କୋଟାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବାଚସ୍ପତିଙ୍କ...

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା ଅଳ୍ପକେ ବର୍ତ୍ତିଯାଇଛନ୍ତି | ପ୍ରକୃତରେ ଲୋକସଭା ବାଚସ୍ପତି ଭାବେ ଚୟନ ହେବା ପରେ ରାଜସ୍ଥାନର କୋଟାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବାଚସ୍ପତିଙ୍କ ସହ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ | ଯାହାଫଳରେ ମଞ୍ଚଟି ଭାଙ୍ଗିଯାଇଥିଲା |

ମିଳିଥିବା ସୂଚନା ମୁତାବକ ରାଜସ୍ଥାନର କୋଟାରୁ ଦୁଇଥର ସାଂସଦ ରହିଆସିଥିବା ଓମଙ୍କ ସ୍ୱାଗତ ପାଇଁ ସ୍ଥାନୀୟ ବିଜେପି କର୍ମୀମାନେ ବଡଧରଣର ପ୍ରସ୍ତୁତି କରିଥିଲେ | ବହୁ ସଂଖ୍ୟାରେ କର୍ମୀ ଓମଙ୍କୁ ସ୍ୱାଗତ କରିବା ପାଇଁ ମଞ୍ଚ ଉପରେ ଚଢ଼ିଯାଇଥିଲେ | ଓମ ମଧ୍ୟ ସେମାନଙ୍କ ଅଭିବାଦନ ସ୍ୱୀକାର କରିଥିଲେ | ତେବେ ଆବଶ୍ୟକତାଠାରୁ ଅଧିକ ଲୋକ ଏହି ମଞ୍ଚ ଉପରେ ଛିଡା ହୋଇଥିବାରୁ ମଞ୍ଚଟି ଭୁଶୁଡି ପଡିଥିଲା |

ତେବେ ଏଥିରେ କାହାରିକୁ ଆଘାତ ଲାଗିନଥିବାବେଳେ ଓମ ମଧ୍ୟ ସୁରକ୍ଷିତ ଅଛନ୍ତି | ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ନୂଆ ସାଂସଦମାନଙ୍କୁ ସଂସଦରେ କହିବାକୁ ବାରମ୍ବାର ସୁଯୋଗ ଦେଉଥିବାରୁ ଏହାକୁ ଭୁରି ଭୁରି ପ୍ରଶଂସା କରାଯାଉଛି | ସଂସଦର ପ୍ରଥମ ଅଧିବେଶନରେ ପ୍ରଥମ ଥର ଲୋକସଭାକୁ ଆସିଥିବା ସମସ୍ତ ସାଂସଦଙ୍କୁ ଓମ କହିବାର ସୁଯୋଗ ଦେଇସାରିଲେଣି |

Spread the love
Categories
ଦେଶ-ବିଦେଶ

RELATED BY