ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ଭୁବନେଶ୍ୱର: ଓଡିଆ ଅଭିନେତା ତଥା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍ ସେକ୍ରେଟାରୀ ଶ୍ରୀତମ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କୌଣସି ସୁଟିଂ କିମ୍ବା ସାମାଜିକ ସମାବେଶରେ ଯୋଗ ଦେବେନି ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଏହାପୂର୍ବରୁ ଗତ ଅଗଷ୍ଟ ୨୪ ତାରିଖରେ ଟେଲି ଅଭିନେତ୍ରୀ ଚିନ୍ମୟ ମିଶ୍ର ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଗତ ସେପ୍ଟେମ୍ବର ୧୩ ତାରିଖରେ ଓଲିଉଡର ଭେଟେରାନ୍ ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସଙ୍କର ମୃତ୍ୟୁ ଘଟିଥିଲା । ଯିଏକି କରୋନା ସଂକ୍ରମିତ ଥିଲେ ।