ଶ୍ରୀମନ୍ଦିର ନାଟମଣ୍ଡପର  ଫାଟ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପର ଏକ ପ୍ରମୁଖ ବିମରେ ଫାଟ । ପୁଣି ବିଭିନ୍ନ ସ୍ଥାନ ଦୁର୍ବଳ ହୋଇ ପଡ଼ିଛି । ୩ ଦିନ ଧରି ଶ୍ରୀମନ୍ଦିରର ତନ୍ନ ତନ୍ନ ଯାଞ୍ଚ ପରେ, ଏମିତି କହିଛନ୍ତି ବିଶେଷଜ୍ଞ ଦଳ । ଶ୍ରୀମନ୍ଦିରକୁ ବର୍ତ୍ତମାନ କୌଣସି ବିପଦ ନାହିଁ । ତଥାପି ମରାମତି ଜରୁରୀ ବୋଲି କହିଛନ୍ତି ବିଶେଷଜ୍ଞ ଦଳ ।

ଶ୍ରୀମନ୍ଦିର ନାଟମଣ୍ଡପର ଏକ ପ୍ରମୁଖ ବିମରେ ଫାଟ । ପୁଣି ନାଟ ମଣ୍ଡପର ଛାତର ଅଧିକାଂଶ ସ୍ଥାନ ଦୁର୍ବଳ । ଯେଉଁଠି ପାଣି ଜକଉଛି ଏବଂ ଧୀରେ ଧୀରେ ଭିତରେ ମଧ୍ୟ ପଡୁଛି । ତେଣୁ ଏସବୁର ତୁରନ୍ତ ମରାମତି କରାଯିବ । ବିଶେଷଜ୍ଞ ଦଳ, ୩ ଦିନ ଧରି ତନ୍ନ ତନ୍ନ ଯାଞ୍ଚ ପରେ ଏଭଳି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରର ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ ଏବଂ ଜୟବିଜୟ ଦ୍ବାରର ସମ୍ପୂର୍ଣ୍ଣ ଯାଞ୍ଚ ଶେଷ କରିଛନ୍ତି ବିଶେଷଜ୍ଞ କମିଟି । ଯାଞ୍ଚ କମିଟିର କହିାବ ଅନୁୟାୟୀ, ନାଟମଣ୍ଡପର ଏକ ସେଣ୍ଟ୍ରାଲ୍ ବିମରେ ଫାଟ ସୃଷ୍ଟି ହୋଇଛି । ତେବେ ଶ୍ରୀମନ୍ଦିର ପ୍ରତି ବର୍ତ୍ତମାନ କୌଣସି ବିପଦ ନଥିବା କହିଛନ୍ି ବିଶେଷଜ୍ଞ ଦଳ ।

ଶ୍ରୀମନ୍ଦିର ଗର୍ଭଗୃହ- ଜଗମୋହନ, ଜଗମୋହନ-ନାଟମଣ୍ଡପ ଏବଂ ନାଟମଣ୍ଡପ-ଭୋଗମଣ୍ଡପ ସଂଯୋଗ ସ୍ଥଳରେ ଫାଟ ହୋଇଛି । ଫଳରେ ମନ୍ଦିର ଭିତରେ ପଡୁଛି ବର୍ଷା ପାଣି । ତେଣୁ ଏସବୁ ସ୍ଥାନକୁ ସମ୍ପୂର୍ଣ୍ଣ ଲିକ୍ ପ୍ରୁଫ୍ କରିବାକୁ ନିଷ୍ପତ୍ତି ହୋଇଛି । ଆଇଆଇଟି ଚେନ୍ନାଇ ଓ ଖଡ଼ଗପୁରର ବିଶେଷଜ୍ଞମାନେ ଏହାକୁ ଆସନ୍ତା ୩ ମାସ ଧରି ଅନୁଧ୍ୟାନ କରିବା ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ।

୩ ଦିନ ଧରି ଶ୍ରୀମନ୍ଦିର ଯାଞ୍ଚ କରାଯାଇ ଥିବା ବେଳେ ଶେଷ ଦିନରେ ରାଜ୍ୟ ବାହାରର ବିଶେଷଜ୍ଞଙ୍କ ସହ କୋର କମିଟି ସଦସ୍ୟ, ଏଏସଆଇ ଅଧିକାରୀ ଏବଂ ହାଇକୋର୍ଟଙ୍କ ପ୍ରତିନିଧି ଉପସ୍ଥିତ ଥିଲେ ।