ଶ୍ରୀମନ୍ଦିରରେ ନାବାଳିକା ଭକ୍ତକୁ ଅସଦାଚରଣ


ଜୟବିଜୟ ଦ୍ବାର ବାହାର କାଠ ନିକଟରେ ଡ୍ୟୁଟି କରୁଥିବା ପୋଲିସର ନାବାଳିକାକୁ ଅସଦାଚରଣ

ପୁରୀ : କାଲି ଶ୍ରୀଜୀଉଙ୍କୁ ବନ୍ଦୀ କରି ରଖିଲେ ଆଜି ଶ୍ରୀମନ୍ଦିରରେ ପୁଣି ଏକ ଅଭାବନୀୟ ଘଟଣା । ଜୟ ବିଜୟ ଦ୍ବାର ବାହାର କାଠ ନିକଟରେ ପୋଲିସର ନାବାଳିକାକୁ ଅସଦାଚରଣ । ଏ ନେଇ ସିଂହଦ୍ବାର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁରୀରେ ଯେ ଆଇନ ଶୃଙ୍ଖଳା ପରିସ୍ଥ୍ଥିତି ସଂପୂର୍ଣ୍ଣ ବିଗିଡି ଯାଇଛି ଏହି ଘଟଣାରୁ ସ୍ପଷ୍ଟ ହେଉଛି ।
ଏତ କ ବି ପୁଣି ଘଟିବାର ଥିଲା। ଯାହା ଅରାଜକତା ମନମାନି ଓ ବିଶୃଙ୍ଖଳାରେ ପୁଣି ଏକ କଲଙ୍କିତ ଫର୍ଦ୍ଦ ଯୋଡ଼ିଲା। ଶ୍ରୀମନ୍ଦିରରେ ଏକ ନାବାଳିକା ଭକ୍ତକୁ ଅସଦାଚରଣ ।ଏମିତି ଅଭିଯୋଗ ଏବେ ଶ୍ରୀକ୍ଷେତ୍ରକୁ ହୁଲସ୍ତୁଲ କରିଛି। ଭକ୍ତର ଭାବାବେଗକୁ ଦୋହଲାଇ ଦେଇଛି। ଯାହାର ଚିତ୍ର ଆମେ ଆଇନକୁ ସମ୍ମାନ ଜଣାଇ, ନାବାଳିକାର ସମ୍ମାନକୁ ଗୁରୁତ୍ବ ଦେଇ ଆପଣଙ୍କ ଆଗକୁ ଆଣୁନାହୁଁ। କିନ୍ତୁ ଘଟଣା ଘଟିଛି ସାଂଘାତିକ। ବଡ଼ଦାଣ୍ଡରେ କାନ୍ଦି କାନ୍ଦି ଗଡ଼ିଯାଉଥିଲା ଝିଅଟି । ପାଖରେ ଥିଲେ ବାପା ମାଆ। ଯାଜପୁର ଜିଲ୍ଲାର ଏହି ପରିବାର ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଏହି ପରିବାର ଯାଉଥିବାବେଳେ ଜୟବିଜୟ ଦ୍ବାର ବାହାର କାଠ ନିକଟରେ ସେଠାରେ ଡ୍ୟୁଟି କରୁଥିବା ଜଣେ ଆଇଆରବି ଯବାନ ପରିବାରର ନାବାଳିକା ସଦସ୍ୟକୁ ଅସଦାଚରଣ କରିଥିଲେ । ଏନେଇ ନାବାଳିକାଙ୍କ ବାପା ସିଂହଦ୍ବାରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଆଉ ପୁରୀରେ କଣ କଣ ଘଟନ୍ତା। ଆଇନଶୃଙ୍ଖଳା ବ୍ୟବସ୍ଥା ଆଉ ନିୟନ୍ତ୍ରଣରେ ଅଛିତ। ବଡ଼ ଦାଣ୍ଡରେ ଦୁର୍ବୃତ୍ତ ତଣ୍ଟି କାଟୁଛନ୍ତି। ଗୁଳି ଫୁଟୁଛି। ଶ୍ରୀକ୍ଷେତ୍ରର ଗୌରବ ଶ୍ରୀମନ୍ଦିରକୁ ତାଲା ପକାଇଦେଲେ। ସିଂହଦ୍ବାରରେ ଭଙ୍ଗାରୁଜା କଲେ। ଆଉ ପୁରୀ ଏସପି ଏସବୁର ପରିଚାଳନା ବିଫଳତାର ବୋଝ ନିଜ ମୁଣ୍ଡରେ ଟିକା କରି ପିନ୍ଧିବାରେ ଲାଗିଛନ୍ତି। ଏବେ ଶ୍ରୀମନ୍ଦିର ଭିତରେ ହିଁ ପୋଲିସ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ । ଏସବୁ ଦେଖିଲା ପରେ ପ୍ରଶ୍ନ ଉଠୁଛି ପୁରୀର ଆଇନ ଶୃଙ୍ଖଳା ବୁଝୁଥିବା ମୁଖିଆ ଏସ୍ପି ମହୋଦୟ ପୁରୀରେ ଅଛନ୍ତି ତ । ପୁରୀର ଆଇନ ଶୃଙ୍ଖଳା ବୁଝିବାକୁ ସେ ସକ୍ଷମ ତ ? ଏତେସବୁ ଘଟଣା ପରେ ବି ନିଦା ବିଷ୍ଣୁ ହୋଇ ବସିଥିବା ପୁରୀ ଏସ୍ପିଙ୍କ ସେହି ଚିରାଚରିତ ଉତ୍ତର ତଦନ୍ତ ପରେ ଦୋଷୀ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁରୀ ଏସ୍ପି ସାର୍ଥକ ଷଡଙ୍ଗୀ ।
ସେପଟେ ସିଂହଦ୍ବାରା ଥାନାରେ ଏତଲା ପରେ ଅତିରିକ୍ତ ଏସପି, ନାବଳିକା ଓ ତାଙ୍କ ପରିବାରକୁ ଧରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ସଂପୃକ୍ତ ଆଇଆରବି ଯବାନ ଛୁକେଶ ମେହେରକୁ ପୁରୀ ଏସ୍ପି ସସ୍ପେଣ୍ଡ କରିଛିନ୍ତି ।