ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ନେଇ ଚିଠି ଦେଇନି ରାଷ୍ଟ୍ରପତି ଭବନ,କେମିତି ରିଜୋଲିସନ କଲା ଶ୍ରୀମନ୍ଦିର ପ୍ରଶାସନ,ଥାନାରେ ଏତଲା

ଭୁବନେଶ୍ବର  :  ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ କରିବାକୁ ପ୍ରସଙ୍ଗ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ହେବାନେଇ ରାଷ୍ଟ୍ରପତି ଭବନରୁ କୈଣସି ଚିଠି ଆସିନଥିବା ସୂଚନା ମିଳିବାପରେ ଘଟଣା ବିବାଦିୟ ହୋଇପଡିଛି । ତେବେ ଚିଠି ଆସିନଥିବାବେଳେ ରାଷ୍ଟ୍ରପତି ଭବନ କାର୍ଯ୍ୟଳୟ ତରଫରୁ ଅସନ୍ତୋଷ ପ୍ରକାଶ ପାଇବା ନେଇ ଶ୍ରୀମନ୍ଦିର ପ୍ରଶାନ କିପରି ରିଜୋଲିସନ କଲା ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ବିରୋଧୀ କହିଛନ୍ତି ଏଭଳି ଘଟଣା ସେବାୟତ,ଶ୍ରୀମନ୍ଦିର ଓ ରାଜ୍ୟକୁ ବଦନାମା କରିବା ସହ ରାଷ୍ଟ୍ରପତି ଭବନ ଓ ରାଷ୍ଟ୍ରପତିଙ୍କୁ  ଅଯୋଥା ବିବାଦ ଭିତରକୁ ଟାଣୁଛନ୍ତି ସରକାର । ସେପଟେ ଏହି ପ୍ରସଙ୍ଗରେ ସେବାୟତ ନିଯୋଗ ବଦନାମ ହୋଇଥିବା ଅଭିଯୋଗ କରି ସିଂଘଦ୍ବାର ଥାନାରେ ଏତଲା ଦେଇଛି । ଆଉ ବିଜେଡି କହିଛି ଅଯୋଥା ରାଜନୀତି କରୁଛନ୍ତି ବିରୋଧୀ ।

ରାଷ୍ଟ୍ରପତି ଦମ୍ପତିଙ୍କୁ ଶ୍ରୀମନ୍ଦିରରେ ଅସମ୍ମାନ ପ୍ରସଙ୍ଗ ବିବାଦୀୟ ହେବାଲେ ଲାଗିଛି । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ଶ୍ରୀମନ୍ଦିରେ ଅସମ୍ମାନ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ରିଜୋଲିସନରେ ଥିବା ଗଣମାଧ୍ୟକୁ ଆସିଲା । ରିଜୋଲିସନର ପଞ୍ଚମ ପୃଷ୍ଠାର ଷେଶ ପାରାରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଶ୍ରୀଜୀୟୁଙ୍କ ଦର୍ଶନ ସମୟରେ ଅସମ୍ମାନ ହେବା ନେଇ ରାଷ୍ଟ୍ରପତି ଙ୍କ କାର୍ଯ୍ୟଳୟ ଅସନ୍ତୋଷ ପ୍ରକାଶ କରିଥିବା ରିଜୋଲିସନ ରେ ଲେଖା ରହିଛି । ହେଲେ ଏହାର ଦିନକ ପରେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରୁ କୈଣସି ଚିଠି ଆସି ନଥିବା ସୂଚନା ମିଳିଛି । ଏନେଇ ନିଜେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ରାଷ୍ଟ୍ରପତି ଭବନରୁ କିଛି ଚିଠି ଆସିନଥିବା କହିଛନ୍ତି ।

ଚିଠି ନଆସିବା ନେଇ  ମୁଖ୍ୟ ପ୍ରଶାସକଙ୍କ ମୁହଁ ଖୋଲିବା ପରେ ସୁଆର ଓ ମହାସୁଆର ନିଯୋଗର ସଭାପତି ଦାମୋଦର ମହାସୁଆର ସିଂଘଦ୍ବାର ଥାନାରେ ଏତଲା ଦେଇଛନ୍ତି । ରାଷ୍ଟ୍ରପତି ଭବନରୁ ଚିଠି ଆସିନଥିବାବେଳେ  ସେବାୟତ ମାନେ ଅସମ୍ମାନ କରିବାନେଇ କିପରି  ରିଜୋଲିସନ ହେଲା ଏନେଇ ପ୍ରଶ୍ନଉଠାଇଛନ୍ତି ଦାମୋଦର ।  ଏଥିରେ ସେବାୟତ ସମାଜ ବଦନାମ ହୋଇଛନ୍ତି ତେଣୁ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟପ୍ରଶାସକଙ୍କ କାର୍ଯ୍ୟାନୁଷ୍ଟାନ ଦାବି କରିଛନ୍ତି ନିଯୋଗ ସଭାପତି ।

ସେପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ୍ ବାଜି । ରିଜୋଲିସନରେ ରାଷ୍ଟ୍ରପତି ଭବନରୁ ଅସନ୍ତୋଷ ପ୍ରକାଶ ପାଇବା କଥା କୁହାଯାଉଛି । ହେଲେ ରାଷ୍ଟ୍ରପତି ଭବନରୁ କିଛି ଚିଠି ଆସିନି । ତେବେ ଏପରି ରିଜୋଲିସନ ହେଲାକେମିତି । ଏହି ପ୍ରସ୍ତାବ ଆଣିଲା କିଏ । କାହା ପାଖକୁ ରାଷ୍ଟ୍ରପତି ଭବନରୁ ଅସନ୍ତୋଷ ପ୍ରକାଶ ପାଇଥିବା ଖବର ଆସିଲା ଓ ଖବର ଦେଲାକିଏ । ଏମିତ୍ ଅନେକ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପିସିସି ସଭାପତି କହିଛନ୍ତି କାହିଁକି ସେବାୟତଙ୍କୁ ବଦନାମ କରାଗଲା । ଏଥିପାଇଁ ସାରା ଦେଶରେ ସେବାୟତ ନିନ୍ଦିତ ହୋଇଛନ୍ତି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ସରକାର ରିଜୋଲିସନ ପଛର ସତ ସ୍ପଷ୍ଟ କରନ୍ତୁ । ଏଥିରେ ଅଯୋଥା ରାଷ୍ଟ୍ରପତି ଭବନ ଓ ରାଷ୍ଟ୍ରପତି ଦମ୍ପତିଙ୍କୁ ଭିବାଦ ଭିତରକୁ ଟଣାଯାଇଥିବାରୁ ସରକାର କ୍ଷମା ମାଗନ୍ତୁ । ଏସବୁର ଜବାବରେ ବିଜେଡି କିହିଛି । ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି । ଏଥିରେ ବିଜେଡି କିମ୍ବା ରାଜ୍ୟ ସରକାର ସମ୍ପୃକ୍ତ ନୁହନ୍ତି  ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ଶ୍ରୀମନ୍ଦିରରେ ଭିଭିନ୍ନ ସମୟରେ ଭକ୍ତଙ୍କୁ ସେବାୟତ ଅସମ୍ମାନ କରିବା ନେଇ ଅଭିଯୋଗ ଆସିଛି । ହେଲେ ଦେଶର ପ୍ରଥମ ନାଗରିକ ଦମ୍ପତିଙ୍କୁ ମନ୍ଦିର ଭିତରେ ଅସମ୍ମାନ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ରିଜୋଲିସନ କରିବା ଖବର ଆସିବା ପରେ ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି । ହେଲେ ଏବେ ଏହା ପଛର ସତ କଣ ତାହା ପଦାକୁ ଆସିବା ଦରକାର ।