ପୁଣି ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଭିଡିଓ ଭାଇରାଲ

ପୁରୀ: ପୁଣିଥଥରେ ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଭିଡିଓ ଭାଇରାଲ ହୋଇଛି । ଫଳରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଚାହାଣୀ ମଣ୍ଡପର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ଯୁବକ ଫୋନରେ କଥା ହେଉଥିବାର ଫଟୋ ଦେଖିବାକୁ ମିଳିିଛି । ତେବେ କଡା ସୁରକ୍ଷା ସତ୍ୱେ କିଭଳି ଭାବେ ପୁଣିଥରେ ଶ୍ରୀମନ୍ଦିର ଭିତରକୁ ଫୋନ ଗଲା ତାହା ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।

ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ନୁହେଁ ବାରମ୍ଵାର ଏଭଳି ଘଟଣା ନଜରକୁ ଆସୁଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କଣ ପାଇଁ ଚେତୁ ନାହିଁ ସେଥିପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତଦ୍ ବ୍ୟତୀତ ଶ୍ରୀମନ୍ଦିର ବାହାରେ କଡା ସୁରକ୍ଷା ପ୍ରହରୀ ଥିବା ସତ୍ତ୍ଵେ ମଧ୍ୟ କିଭଳି ଭାବରେ ଲୋକମାନେ ବାରମ୍ଵାର ମନ୍ଦିର ଭିତରେ ମୋବାଇଲ ବ୍ୟବହାର କରୁଛନ୍ତି ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି।