କ୍ରିକେଟକୁ ଅଲବିଦା କହିଲେ ଡୁମିନି ଏବଂ ମାଲିଙ୍ଗା

ଲଣ୍ଡନ: ବିଶ୍ୱକପରେ ସନ୍ନ୍ୟାସ ନେବା ପ୍ରକ୍ରିୟା ଜାରି ରହିଛି । ପ୍ରଥମେ ସୋଏବ ମଲ୍ଲିକ, ପରେ ଇମ୍ରାନ ତାହିର ଏବଂ ଏବେ ଜେପି ଡୁମିନି ଏବଂ ଲସିଥ ମାଲିଙ୍ଗା ମଧ୍ୟ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସାଉଥ...

ଲଣ୍ଡନ: ବିଶ୍ୱକପରେ ସନ୍ନ୍ୟାସ ନେବା ପ୍ରକ୍ରିୟା ଜାରି ରହିଛି । ପ୍ରଥମେ ସୋଏବ ମଲ୍ଲିକ, ପରେ ଇମ୍ରାନ ତାହିର ଏବଂ ଏବେ ଜେପି ଡୁମିନି ଏବଂ ଲସିଥ ମାଲିଙ୍ଗା ମଧ୍ୟ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସାଉଥ ଆଫ୍ରିକାର ଅନୁଭବି ବୋଲର ଇମ୍ରାନ ତାହିର ଗୋଟିଏ ଦିନ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ତାଙ୍କର ଶେଷ ମ୍ୟାଚ ହେବ ବୋଲି ଘୋଷଣା କରିଥିଲେ । ସେହିପରି ସାଉଥ ଆଫ୍ରିକା କ୍ରିକେଟର ଜେପି ଡୁମିନି ମଧ୍ୟ କ୍ରିକେଟକୁ ଅଲବିଦା କହିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ବ୍ୟତୀତ ଶ୍ରାଲଙ୍କା ପେସ୍ ବୋଲର ଲସିଥ ମାଲିଙ୍ଗା କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ।

ଦୁଇ ଦଳର ଏହି ତିନିଜଣ ଖେଳାଳିଙ୍କ ପାଇଁ ଚଳିତ ବିଶ୍ୱକପ ଅତି ନୈରାଶ୍ୟଜନକ ରହିଥିଲା । ସାଉଥ ଆଫ୍ରିକା ଏବଂ ଶ୍ରୀଲଙ୍କା ଉଭୟ ଟୁର୍ଣ୍ଣାମେଂଟରୁ ବାଦ ପଡିଛନ୍ତି । ତେବେ ସାଉଥ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହୋଇ ବିଜୟର ସହ ଅଭିଯାନ ଶେଷ କରିଛି । କିନ୍ତୁ ଶ୍ରୀଲଙ୍କା ଭାରତଠାରୁ ପରାଜିତ ହୋଇଛି ।

Spread the love
Categories
ସ୍ପୋର୍ଟସ

RELATED BY