ଶ୍ରୀକାନ୍ତଙ୍କୁ  ଏଆଇସିସିର କଡା ଚେତାବନୀ, ପାଟି ବନ୍ଦକର ନହେଲେ ଦଳରୁ  ବିଦାହେବ!

ଭୁବନେଶ୍ବର :  ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଏଆଇସିସିର କଡ଼ା ଚେତବନୀ । ଚୁପ ରୁହ, ନହେଲେ କାର୍ଯ୍ୟାନୁଷ୍ଠାନ । ରାଜ୍ୟ କଂଗ୍ରେସର ଭିତିରି କଥାକୁ ମିଡିଆରେ ନୁହେଁ, ପ୍ରପର ଫୋରମରେ କୁହ । ଶ୍ରୀକାନ୍ତ ଜେନାଙ୍କ ଦଳ ବିରୋଧୀ ମନ୍ତବ୍ୟ ଉପରେ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛି ଏଆଇସିସି । ଶ୍ରୀକାନ୍ତଙ୍କ ବୟାନ ଉପରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଶ୍ରୀକାନ୍ତଙ୍କର ଯାହା ବି ସମସ୍ୟା ବା ମତାମତ ରହିଛି ତାହା ମିଡିଆ ଆଗରେ ନକହି, ସଠିକ୍ ଫୋରମ୍‌ରେ ଉପସ୍ଥାପନ କରନ୍ତୁ । କଂଗ୍ରେସ ଗୋଟେ ଧର୍ମନିରପେକ୍ଷ ଦଳ । କଂଗ୍ରେସ କେବେ ଜାତି ଧର୍ମ ଆଧାରରେ ମୁଖ୍ୟମନ୍ତ୍ରୀ ଚୟନ କରେନାହିଁ । ଶ୍ରୀକାନ୍ତ ଯାହା ବି କହିଛନ୍ତି ତା ଉପରେ ରାଜ୍ୟରେ ହେମାନନ୍ଦ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ ଶୃଙ୍ଖଳା କମିଟି ହିଁ ନିଷ୍ପତ୍ତି ନେବ । ଶ୍ରୀକାନ୍ତ ଜେନାଙ୍କ ପରିଚୟ ହେଉଛି କଂଗ୍ରେସ । କିନ୍ତୁ କଂଗ୍ରେସର ପରିଚୟ ଶ୍ରୀକାନ୍ତ ଜେନା ନୁହଁନ୍ତି । କଂଗ୍ରେସ ଦଳ ତାଙ୍କୁ ବହୁ ପଦପଦବୀ ଦେଇଛି ବୋଲି କହିଛନ୍ତି ଜିତେନ୍ଦ୍ର ସିଂହ ।

ସେପଟେ ପିସିସି ସଭାପତି କହିଛନ୍ତି ଏହି ପ୍ରସଙ୍ଗରେ ଏଆଇସିସି ନିଷ୍ପତି ନେବେ । ତେବେ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଉ ଏଆଇସିସିର ଚେତାବନି ଓ ରାଜ୍ୟ କଂଗ୍ରେସର ଶୃଙ୍ଖଳା କମିଟି ନିଷ୍ପତି ନେବ ବୋଲି ଜିତେନ୍ଦ୍ରସ ସିଂହ କହିବା ପରେ ପୁଣଇ ଥରେ ମୁହଁ ମତ ରଖିଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳ । କହିଛନ୍ତି ଶ୍ରୀକାନ୍ତ ଜେନାଙ୍କ ବିଶୃଙ୍ଖଳାକୁ ନେଇ କାର୍ଯ୍ୟନୁଷ୍ଟାନ ଉପରେ  ତର୍ଜମା କରିବି । ଏହା ସହ ସେ କହିଛନ୍ତ୍ ସେ ହିଁ ପିସିସି ସଭାପତି ଥିବାବେଳେ ଶ୍ରୀକାନ୍ତଙ୍କୁ ଦଳରେ ମିଶାଇଥିଲେ । ଶ୍ରୀକାନ୍ତ ମିଡିଆରେ କହିବା ବନ୍ଦ କରନ୍ତୁ ।

ସେପଟେ ଇସ୍ତାହାର କମିଟିରୁ ବାଦ ପଡିବା ପରେ ଏବେ ଦିଲ୍ଲୀରେ ଶ୍ରୀକାନ୍ତ ଜେନା। ପିସିସିର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ସମୟ ଦେଲେ ସେ ହାଇକମାଣ୍ଡଙ୍କୁ ଭେଟିବେ । ଆଗରୁ ସେ ହାଇକମାଣ୍ଡଙ୍କୁ ନିଜ ମତ ଜଣାଇଥିଲେ, ଆବଶ୍ୟକ ପଡିଲେ ପୁଣି ଥରେ ଜଣାଇବେ ବୋଲି  ମିଡିଆ ଆଗରେ କହିଥିଲେ। ଦଳରୁ ତାଙ୍କୁ ବାହାର କରିବା ବିଷୟରେ କହିଥିଲେ ଯେ, ଦଳରେ ସେ କୋଉଠି  ବି ନାହାଁନ୍ତି।  ୪୦  ବର୍ଷ ଧରି ଓଡ଼ିଶାକୁ ଦୁଇଟି ପରିବାର ଶାସନ କରିଆସିଛନ୍ତି।  ଏହାର କଣ ଲାଭ ହୋଇଛି,  କ୍ଷତି ହୋଇଛି ଏ ନେଇ ଓଡ଼ିଶାର ପ୍ରତି ଗାଁକୁ ଯାଇ ଅଭିଯାନ ଆରମ୍ଭ କରିସାରିଛନ୍ତି। ଖଣି ପ୍ରସଙ୍ଗ ଉଠାଇ ସେ କିଛି ଭୁଲ କରିନାହାଁନ୍ତି । ଇସ୍ତାହାର କମିଟିର ଅଧକ୍ଷ ହେବାପରେ  ଦଳିତ-ଓବିସିଙ୍କୁ ନେଇ ଯେଉଁ ମତ ଦେଇଥିଲେ, ସେଥିରେ ପିସିସି ସଭାପତି ସହମତ ନଥିବା ପରି ଜଣାପଡୁଛି ବୋଲି କହିଥିଲେ ଶ୍ରୀକାନ୍ତ।