ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଘେରରେ

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୁରି ସାରିଛି । ଫେବୃଆରୀ ୨୪,୨୦୧୮ରେ ବାଥ୍‌ଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଦୁବାଇକୁ ସେ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ଅଧିକ ମଦ ପିଇ...

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୁରି ସାରିଛି । ଫେବୃଆରୀ ୨୪,୨୦୧୮ରେ ବାଥ୍‌ଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଦୁବାଇକୁ ସେ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ଅଧିକ ମଦ ପିଇ ଦେଇଥିଲେ । ଯାହା ଫଳରେ ସେ ଅଜାଣତରେ ବାଥ୍‌ଟବରେ ପଡ଼ିଯିବା ସହ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏବେ ବର୍ଷକ ପରେ କେରଳର ଡିଜିପି ରିଶିରାଜ ସିଂହଙ୍କ ବୟାନ ମାମଲାକୁ ଏକ ନୂଆ ମୋଡ଼ ଦେଇଛି । କେରଳର ଏକ ଖବରକାଗଜକୁ ସାକ୍ଷାତକାର ଦେଇ ସେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ତାଙ୍କ ଅନୁଯାୟୀ, ମୋର ବନ୍ଧୁ ତଥା ଦିବଂଗତ ଫରେନ୍ସିକ ଏକ୍ସପର୍ଟ ଡାକ୍ତର ଉମାଦଥନ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶବ ବ୍ୟବଚ୍ଛେଦ କରିଥିଲେ । ସେ ସମୟରେ ମୁଁ ତାଙ୍କୁ କାରଣ ଜାଣିବା ପାଇଁ ଏହା ହତ୍ୟା ନା ଦୁର୍ଘଟଣା ବୋଲି ପଚାରିଥିଲି । ସେ ମୋତେ ଏହା ହତ୍ୟା ହୋଇପାରେ । କାରଣ ଦୁର୍ଘଟଣାର କୌଣସି ସଙ୍କେତ ଜଣା ପଡ଼ୁନାହିଁ ବୋଲି କହିଥିଲେ ।

ଏଭଳି ଦାବି କରିବା ସହ ସେ ମୋତେ ଦାବି ପଛର କାରଣ ମଧ୍ୟ ଜଣାଇଥିଲେ । ଯେତେ ମଦ ପିଇଥିଲେ ମଧ୍ୟ ଗୋଟେ ଫୁଟ ଗଭୀର ଜଳରେ କେହି ବୁଡ଼ି ମୃତ୍ୟୁବରଣ କରି ପାରିବ ନାହିଁ । ଯଦି କେହି ତାଙ୍କର ଦୁଇ ଗୋଡ଼ ଧରି ମୁହଁକୁ ବାଥ୍‌ଟବରେ ବୁଡ଼ାଇ ଥିବା, ତେବେ ଯାଇ ଜଣେ ମୃତ୍ୟୁବରଣ କରି ପାରିବ ବୋଲି ସେ ମୋତେ ଜଣାଇଥିଲେ । କିନ୍ତୁ ଆଜି ସେ ଏହାକୁ କହିବା ପାଇଁ ଦୁନିଆରେ ନାହାନ୍ତି ।

Spread the love
Categories
ମନୋରଞ୍ଜନ

RELATED BY

  • ପୁଣିଥରେ ମା’ ହେବେ ଲିଜା ହେଡନ୍

    ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ମଡେଲ ଲିଜା ହେଡନ୍ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଖୁସି ମଧ୍ୟ ଅଛନ୍ତି । ନିଜର ଏହି ଖୁସିକୁ ଫ୍ୟାନଙ୍କ ସହ ସେୟାର କରିଛନ୍ତି ।...
  • ୩ ହିରୋଇନ ସହ ରୋମାନ୍ସ କରିବେ ବାବୁସାନ

    ଭୁବନେଶ୍ୱର: ଦଶହରାରେ ରିଲିଜ୍ ହେବ ବାବୁସାନ୍‌ଙ୍କ ଆଉ ଏକ ଫିଲ୍ମ।  ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌। ଆଉ...
  • ଆରପାରିରେ ବରିଷ୍ଠ ଅଭିନେତ୍ରୀ ବିଦ୍ୟା

    ମୁମ୍ବାଇ: ବରିଷ୍ଠ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଦ୍ୟା ସିହ୍ନା ଆଉ ନାହାନ୍ତି। ଆଜି ପବିତ୍ର ସ୍ୱାଧୀନତା ଦିବସରେ ୭୧ ବର୍ଷୀୟ ବିଦ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ପତି, ପତ୍ନୀ ଔର ୱ’ ଏବଂ ‘ଛୋଟିସି ବାତ” ଭଳି...
  • ପାକିସ୍ତାନରେ ଗୀତ ଗାଇ ଫସିଲେ ମିକା ସିଂହ

    ହାଇଦ୍ରାବାଦ: ବଲିଉଡ ସିଙ୍ଗର ମିକା ସିଂହଙ୍କୁ ବ୍ୟାନ କରିଛି AICWA(All india cine workers association) । ପାକିସ୍ତାନ କରାଚିରେ ପରଭେଜ ମୁସାରଫଙ୍କ ସମ୍ପର୍କୀୟଙ୍କ ବିବାହରେ ଗୀତ ଗାଇ ଫସିଛନ୍ତି ମିକା । ଦେଶର ଏପରି ସମ୍ବେଦନଶୀଳ ସମୟରେ କେଉଁ...