ହଟିଲା ବ୍ୟାନ ୭ ବର୍ଷ ପରେ ପଡିଆକୁ ଫେରିବେ ଶ୍ରୀଶାନ୍ତ

ନୂଆଦିଲ୍ଲୀ : ହଟିଲା ବ୍ୟାନ  ପଡିଆକୁ ଫେରିବେ ଶ୍ରୀଶାନ୍ତ । ଦୀର୍ଘ ୭ ବର୍ଷ ପରେ କ୍ରିକେଟ୍‌ ମଇଦାନକୁ ଓହ୍ଲାଇବେ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀଶାନ୍ତ। କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍‌ ଅବଧି ଶେଷ ହେବପରେ  ସେ ପୁଣି କ୍ରିକେଟକୁ ଫେରିବାକୁ ଯାଉଛନ୍ତି । କେରଳ କ୍ରିକେଟ୍ ଆସୋସିଏସନ ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରେସିଡେଣ୍ଟାଲ ଟି-୨୦ କପ୍‌ରେ ସେ କ୍ରିକେଟକୁ ଫେରିବେ ବୋଲି ଜଣାପଡିଛି।

sreesanth come back to cricket field again

ସ୍ପଟ୍ ଫିକ୍ସିଂ ପାଇଁ ୨୦୧୩ ରେ ଶ୍ରୀଶାନ୍ତ ଦୋଷୀ ସାବ୍ୟସ୍ତ ହେବାପରେ ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ(ବିସିସିଆଇ) ତାଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ ଘୋଷଣା କରିଥିଲା। ଶ୍ରୀଶାନ୍ତଙ୍କ ସମେତ ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ବାନ ମଧ୍ୟ ସ୍ପଟ୍ ଫିକ୍ସିଂ ମାମଲାରେ ଦୋଷୀ ହୋଇଥିଲେ ଏବଂ ବିସିସିଆଇ ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧ ଲଗାଇବା ସହ ସେମାନଙ୍କୁ ଜେଲ୍‌ ମଧ୍ୟ ହୋଇଥିଲା। ଏହାପରେ ବିସିସିଆଇର ନିଷ୍ପତ୍ତିକୁ ବିରୋଧ କରି ଶ୍ରୀଶାନ୍ତ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲେ। ସୁପ୍ରିକୋର୍ଟଙ୍କ ହସ୍ତକ୍ଷେପ ପରେ ବିସିସିଆଇ ଶ୍ରୀଶାନ୍ତଙ୍କ ଉପରେ ୭ ବର୍ଷର ପ୍ରତିବନ୍ଧକ ଲଗାଇଥିଲେ। ତେବେ ୨୦୨୦ ସେପ୍ଟେମ୍ବର ୧୩ରେ ଏହି ଅବଧି ଶେଷ ହୋଇଥିବା ବେଳେ ପୁଣିଥରେ ଶ୍ରୀଶାନ୍ତ କ୍ରିକେଟ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ନିଜ ରାଜ୍ୟ ତଥା ଦେଶ ପାଇଁ ଶ୍ରୀଶାନ୍ତ କ୍ରିକେଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି। ପ୍ରତିବନ୍ଧ ହଟିବା ପରେ ଏବେ ଘରୋଇ ଟି-୨୦ କପ୍‌ ଖେଳିବେ ଶ୍ରୀଶାନ୍ତ। ଶ୍ରୀଶାନ୍ତଙ୍କ ପ୍ରତ୍ୟାବର୍ତ୍ତନ ମୁଖ୍ୟ ଆକର୍ଷଣ ରହିବ ବୋଲି କେରଳ କ୍ରିକେଟ ଆସୋସିଏସନ୍‌ର ଅଧ୍ୟକ୍ଷ କହିଛନ୍ତି।

sreesanth come back to cricket field again