୨୦୦୭ ଟି-୨୦ ବିଶ୍ଵ କପ୍ ଏବଂ ୨୦୧୧ ବିଶ୍ଵ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଏସ ଶ୍ରୀସନ୍ଥ ପେଶାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶ୍ରୀସନ୍ଥ ନିକଟରେ ରଣଜୀ ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିଲେ। ଆହତ ହେବା ପରେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏଥର ଆଇପିଏଲ ୨୦୨୨ ନିଲାମୀରେ ତାଙ୍କୁ କୌଣସି ଫ୍ରାଞ୍ଚାଇଜି କିଣିନଥିଲେ।