ଏସଆରସି ବିଷ୍ଣୁପଦ ସେଠୀ ବିଶ୍ୱକୁ ବାଣ୍ଟିବେ ଓଡିଶାର ସଫଳ ବିପର୍ଯ୍ୟୟ ମୁକାବିଲା ସୁତ୍ର

୨୬ରୁ ବ୍ୟାଙ୍କକକରେ ଜାତୀୟ ବିପର‌୍ୟ୍ୟୟ ମୁକାବିଲା ସପ୍ତାହ ଭୁବନେଶ୍ୱର : ବିଶ୍ୱ ଶୁଣିବ ଓଡିଶାର ସଫଳ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ବିପର୍ଯ୍ୟୟ ପରର ସଫଳ ପୁନରୁଦ୍ଧାର ଏବଂ ଥଇଥାନ କାହାଣୀ । ବିଶ୍ୱ ଦରବାରରେ ଓଡିଶାର ଏହି ସଫଳ...

୨୬ରୁ ବ୍ୟାଙ୍କକକରେ ଜାତୀୟ ବିପର‌୍ୟ୍ୟୟ ମୁକାବିଲା ସପ୍ତାହ

ଭୁବନେଶ୍ୱର : ବିଶ୍ୱ ଶୁଣିବ ଓଡିଶାର ସଫଳ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ବିପର୍ଯ୍ୟୟ ପରର ସଫଳ ପୁନରୁଦ୍ଧାର ଏବଂ ଥଇଥାନ କାହାଣୀ । ବିଶ୍ୱ ଦରବାରରେ ଓଡିଶାର ଏହି ସଫଳ କାହାଣୀ ବଖାଣିବେ ରାଜ୍ୟ ସରକାରଙ୍କ ବରିଷ୍ଟ ପ୍ରଶାସକ ଆଏଏସ ଅଧିକାରୀ ତଥା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ  ଓସଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନା କରିବାରେ ଓଡିଶା ସାରା ଦେଶରେ ଉଦାହରଣ ପାଲଟି ଥିବାରୁ ଓଡିଶାର ସଫଲତାର ସୁତ୍ର ଜାଣିବାକୁ ଓଡିଶାକୁ ବ୍ୟାଙ୍କକକ୍ ଠାରେ ଆସନ୍ତା କାଲି (୨୬ ଅଗଷ୍ଟ) ହେବାକୁଥିବା  ଜାତୀୟ ସମ୍ମଳନୀକୁ ଆମନ୍ତ୍ରଣ କରାଯାଇଛି । ଏହି ସମ୍ମଳନୀରେ ଯୋଗ ଦେଇ ରାଜ୍ୟର ସଫଳତାର ସୁତ୍ର ସାରା ବିଶ୍ୱକୁ ବାଣ୍ଟିବାକୁ ବ୍ୟାଙ୍କକକ୍ ଗସ୍ତରେ ଅଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ଫୋନି ପୂର୍ବରୁ ସ୍ଥିତି ସମୀକ୍ଷା କରୁଛନ୍ତି । ଏସଆରସି ବିଷ୍ଣୁପଦ ସେଠୀ ଏବଂ ସେତେବେଳର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଉପସ୍ଥିତ ଅଛନ୍ତି । ( ଫାଇଲ ଫଟୋ )

ବିଭିନ୍ନ ସମୟରେ ହୋଇଥିବା ପ୍ରାକୃତିକ ବିପର‌୍ୟ୍ୟୟ ପୁନରୁଦ୍ଧାରରେ ସଫଳତା ହାସଲ କରି ଓଡ଼ିଶା ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଛି । ଏହି ସଫଳତାର ସୂତ୍ର ବଖାଣିବା ପାଇଁ ଓଡ଼ିଶାକୁ ଜାତୀୟସ୍ତରୀୟ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି । ଓଡ଼ିଶାର ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ବ୍ୟାଙ୍କକ୍ରେ ଆସନ୍ତା ୨୬ ତାରିଖରୁ ହେବାକୁ ଥିବା ବିପର‌୍ୟ୍ୟୟ ମୁକାବିଲା ସପ୍ତାହରେ ଯୋଗ ଦେଇ ବିପର‌୍ୟ୍ୟୟ ମୁକାବିଲାରେ ଓଡ଼ିଶାର ସଫଳତା ସମ୍ପର୍କରେ ସୂଚନା ଦେବେ । ଶ୍ରୀ ସେଠୀ କହିଛନ୍ତି, ଏହି ସଫଳତା ଗୋଟିଏ ସପ୍ତାହ କିମ୍ବା ମାସରେ ହାସଲ ହୋଇନାହିଁ । ବିପର‌୍ୟ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ଓଡ଼ିଶା ନିରନ୍ତର ୨୦ ବର୍ଷ ଧରି ଉଦ୍ୟମ କରିଆସିଛି । ବିପର‌୍ୟ୍ୟୟ ମୁକାବିଲା ପାଇଁ ସଚେତନତା, ମିଳିତ ଭାବରେ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ ଆବଶ୍ୟକ । ସୂଚନାଯୋଗ୍ୟ ଯେ ଓଡ଼ିଶା ଅତି ଭୟଙ୍କର ବାତ୍ୟା ଫାନିର ମୁକାବିଲା କରିବାରେ ସଫଳ ହୋଇଥିଲା ।

ଓଡ଼ିଶା ଇତିହାସର ଅନ୍ୟତମ ବଡ଼ ଉଦ୍ଧାର କାର‌୍ୟ୍ୟ ଏହି ବାତ୍ୟା ସମୟରେ କରାଯାଇଥିବା ବେଳେ ୧୫ ଲକ୍ଷ ଲୋକଙ୍କୁ ୨୪ ଘ ମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସରକାର ସଫଳ ହୋଇଥିଲେ । ଗତ ମେ’ ମାସ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ‘ଫାନି’ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଥିଲା ଓ ଏହାର ପ୍ରଭାବରେ ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରଭୂତ ଧନଜୀବନ କ୍ଷତି ହେବା ସହ ପ୍ରାୟ ୧କୋଟି ୬୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର, କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଏବଂ ବିଶ୍ୱବ୍ୟାଙ୍କ, ଏସିଆନ୍ ଡେଭ୍ଲପମେଣ୍ଟ ବ୍ୟାଙ୍କ ଏବଂ ମିଳିତ ଜାତିସଂଘର ବିଭିନ୍ନ ବିଭାଗର ୧୦୦ରୁ ଅଧିକ ବିଶେଷଜ୍ଞ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ତଥା ସ୍ଥାନୀୟ ଅଣ-ସରକାରୀ ସଂଗଠନ(ଏନଜିଓ) ଓ ଅନ୍ୟାନ୍ୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ଜଡ଼ିତ ଥିଲେ

Spread the love
Categories
ଓଡିଶାବଡ ଖବର

RELATED BY