ଆସନ୍ତା ୨୨ ତାରିଖ ଯାଏଁ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ସାରା ରାଜ୍ୟରେ ବଢୁଛି ତାପମାତ୍ରା । ୨୨ ତାରିଖ ଯାଏ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ । ୨ ଦିନ ହିଟୱେଭ ଜାରି କରାଯାଇଛି । ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ତାତି ଜାରି ରହିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ରହିବା ସମ୍ଭାବନା ରହିଛିା ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରୁ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ଏସଆରସି ପକ୍ଷରୁ କୁହାଯାଇଛି । ଜଳ ଛତ୍ର ଓ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ବିଶେଷକରି ଖରାରେ ନ ବାହାରିବା, କାମ କରିବା ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାଣି ରଖିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଖରାରେ ବିଶେଷକରି ଦିନ ୧୨ଟରୁ ୩ଟା ମଧ୍ୟରେ ବାହାରକୁ ନବାହାରିବାକୁ କୁହାଯାଇଛି । ଆଉ ବାହାରକୁ ବାହାରିଲେ ମୁଣ୍ଡରେ ଓଦା କନା ପକାଇବାକୁ ପରାମର୍ଶ ଦିଆଯାଇଛି ।