ଫେରିଲା କରୋନା କଟକଣା : ବାହାଘରରେ ୨୦୦ ଓ ଶୁଦ୍ଧି କ୍ରିୟା ପାଇଁ ୫୦ଜଣଙ୍କୁ ଅନୁମତି,ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

୨୬ ତାରିଖରୁ ନୂଆ କଟକଣା

ଭୁବନେଶ୍ୱର: ସଂକ୍ରମଣ ବଢ଼ୁଥିବା ବେଳେ ଫେରୁଛି କରୋନା କଟକଣା । ବିଭିନ୍ନ କାର‌୍ୟ୍ୟକ୍ରମରେ ଜନସମାଗମକୁ ନେଇ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ ଉତ୍ସବରେ ୫୦୦ ଜଣଙ୍କ ପରିବର୍ତ୍ତେ ୨୦୦ ଜଣ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୫୦୦ ଜଣଙ୍କ ପରିବର୍ତ୍ତେ ୫୦ ଜଣ ସାମିଲ୍ ନେଇ ଅନୁମତି ଦିଆଯାଇଛି ।
ଏସବୁ କାର‌୍ୟ୍ୟକ୍ରମରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ସମେସ୍ତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କାନିଂ କରାଯିବ ଏବଂ ସାନିଟାଇଜର ବ୍ୟବସ୍ଥା ରହିବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି । ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ନୂଆ କଟକଣା ଆସନ୍ତା ୨୬ ତାରିଖରୁ ଲାଗୁ ହେବ ।

ଏସବୁଥିରେ ଉଲ୍ଲଂଘନ କଲେ ବିପର‌୍ୟ୍ୟୟ ପରିଚାଳନା ଆଇନ୍-୨୦୦୫ ଓ ଅନ୍ୟ ଆଇନ୍ ଅନୁସାରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ପୂର୍ବଭଳି କରୋନା ନିୟମକୁ ମାନି ସାମାଜିକ, ରାଜନୀତିକ, ଖେଳ, ସାଂସ୍କୃତିକ, ଶୈକ୍ଷିକ ଏବଂ ଧାର୍ମିକ କାର‌୍ୟ୍ୟକ୍ରମ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ହୋଇପାରିବ । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

src issued new corona guideline for april