ଦାଦନ ଚାଲାଣ ରୋକିବ ସ୍ଵତନ୍ତ୍ର ସ୍କ୍ଵାଡ୍, ଗିରଫ ହେଲେ ଦଲାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ବଲାଙ୍ଗିର :ଦାଦନ ଚାଲାଣ ପାଇଁ ଅପଖ୍ୟାତ ବଲାଙ୍ଗୀର ସର୍ବଦା ଚର୍ଚ୍ଚାରେ। ଏହି ଜିଲ୍ଲାରୁ ଶହ ଶହ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଥିବା ଖବର ପ୍ରାୟ ନିୟମିତ ଭାବରେ ଖବର କାଗଜର ପୃଷ୍ଠାମଣ୍ଡନ କରୁଛି। ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ...

ବଲାଙ୍ଗିର :ଦାଦନ ଚାଲାଣ ପାଇଁ ଅପଖ୍ୟାତ ବଲାଙ୍ଗୀର ସର୍ବଦା ଚର୍ଚ୍ଚାରେ। ଏହି ଜିଲ୍ଲାରୁ ଶହ ଶହ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଥିବା ଖବର ପ୍ରାୟ ନିୟମିତ ଭାବରେ ଖବର କାଗଜର ପୃଷ୍ଠାମଣ୍ଡନ କରୁଛି। ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେଉଥିବା କାରଣରୁ ପେଟ ପୋଷିବା ପାଇଁ ଲୋକମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ବାହାରକୁ ଯାଇ ନାନା ନିର୍ଯାତନାର ଶିକାର ହେଉଛନ୍ତି। କିନ୍ତୁ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନଥିଲା। ତେବେ ଆଜି ଦାଦନ ଚାଲଣ ରୋକିବା ପାଇଁ ସ୍ଵତନ୍ତ୍ର ସ୍କ୍ଵାଡ୍ ଗଠନ କରାଯିବ ବୋଲି ଡିଜିପି ବି. କେ ଶର୍ମା ସୂଚନା ଦେଇଛନ୍ତି।   

ଦାଦନ ଚାଲାଣ ପ୍ରସଙ୍ଗରେ ଡିଜିପି ବି. କେ ଶର୍ମା କହିଛନ୍ତି କି, ଗତ ୨ ଦିନରେ ୪୧ ଦାଦନ ସର୍ଦ୍ଦାର ଗିରଫ ହୋଇଥିବା ସହ ୧୧ଟି ମାମଲା ରୁଜୁ ହୋଇଛି। ବଲାଙ୍ଗିରରେ ୨୫ ଦାଦନ ସର୍ଦ୍ଦାର ଗିରଫ ହୋଇଥିବା ବେଳେ ନୂଆପଡାରୁ ୧୬ ଜଣ ଗିରଫ ହୋଇଛନ୍ତି। ତେବେ ଦାଦନ ଚାଲାଣ ଏକ ପ୍ରକାରର ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାକୁ ରୋକିବାକୁ ଏବେ ଗଠନ ହୋଇଛି ସ୍ଵତନ୍ତ୍ର ସ୍କ୍ଵାଡ୍। ଉତ୍ତରାଞ୍ଚଳ ଡିଆଇଜି ଏନେଇ ସ୍ଥିତି ଅନୁଧ୍ୟାନ କରିବେ। ଏହି ମାମଲାରେ ଧରା ହେଉଥିବା ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ସର୍ବନିମ୍ନ ୧୦ ବର୍ଷ ପର‌୍ୟ୍ୟନ୍ତ ଜେଲଦଣ୍ଡ ଦିଆଯିବ ବୋଲି ବି. କେ ଶର୍ମା କହିଛନ୍ତି।

Spread the love
Categories
ଓଡିଶା

RELATED BY