ଗ୍ରାହକଙ୍କୁ ସ୍ପାଇସଜେଟର ଅଫର; ଦିଲ୍ଲୀକୁ ଭୋଟ ଦେବାକୁ ଗଲେ ମାଗଣାରେ ମିଳିବ ଟିକେଟ

ନୂଆଦିଲ୍ଲୀ: ବିମାନ କମ୍ପାନୀ ସ୍ପାଇସଜେଟ ଗ୍ରାହକଙ୍କ ପାଇଁ ଆଣିଛି ଅଫର । ଯେଉଁ ଗ୍ରାହକ ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ ଦେବା ପାଇଁ ଯିବେ, ସେମାନଙ୍କୁ ସ୍ପାଇସଭେଟ୍ ମାଗଣାରେ ଟିକେଟ ପ୍ରଦାନ କରିବ । ଯାତ୍ରୀମାନଙ୍କ ବେସ୍ ଭଡା ଦେବାକୁ ପଡିବ ନାହିଁ, କେବଳ ଉପକର ଦେବାକୁ ପଡିବ । ଏଥିପାଇଁ ଅନଲାଇନରେ ଟିକେଟ ପାଇଁ ଆଦେବଦନ କରିବାକୁ ପଡିବ । କେଉଁ ଯାତ୍ରୀଙ୍କୁ ବିମାନରେ ଯାତ୍ରା କରିବେ ତାହା ସେମାନଙ୍କର ଚୟନ କମ୍ପାନୀର ଆଭ୍ୟନ୍ତରୀଣ କମିଟି କରିବ ବୋଲି ଜଣାପଡିଛି ।

ଚୟନ ହେବାକୁ ଥିବା ଯାତ୍ରୀଙ୍କୁ ସମସ୍ତ ଟିକସ, ଉପକର, ଲେଭି ଓ ଅନ୍ୟ ଶୁଳ୍କ ଦେବାକୁ ପଡ଼ିବ। କମ୍ପାନୀ କହିଛି ଯେ, ଯଦି କୌଣସି ଯାତ୍ରୀ ଫେବୃଆରୀ ୮ରେ ଦିଲ୍ଲୀ ଯାଉଛନ୍ତି ଏବଂ ସେହି ଦିନ ଫେରୁଛନ୍ତି ତେବେ ତାଙ୍କୁ ଦୁଇ ଟିକେଟ୍ ଉପରେ ଲାଗିଥିବା ସର୍ବନିମ୍ନ ଭଡ଼ା ଅର୍ଥ ଫେରାଇ ଦିଆଯିବ।

ଯଦି କେହି ଫେବୃଆରୀ ୭ରେ ଯାଇ ଫେବୃଆରୀ ୮ରେ ଫେରୁଛନ୍ତି କିମ୍ବା ଫେବୃଆରୀ ୮ରେ ଯାଇ ଫେବୃଆରୀ ୯ରେ ଫେରୁଛନ୍ତି ତେବେ ସେମାନଙ୍କର ଗୋଟିଏ ଟିକେଟର ଭଡ଼ା ଛାଡ଼ କରାଯିବ। ଏଥିପାଇଁ ଲୋକଙ୍କୁ ଫେବୃଆରୀ ୫ ସୁଦ୍ଧା ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ଚୟନ ହେବାକୁ ଥିବା ଛାତ୍ରୀଙ୍କୁ ଫେବୃଆରୀ ୬ରେ ସୂଚନା ଦିଆଯିବ।

ଦେଶର ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୮ରେ ମତଦାନ ହେବ ଏବଂ ଫେବୃଆରୀ ୧୧ରେ ପରିଣାମ ଘୋଷିତ ହେବ। ଦିଲ୍ଲୀର ସମସ୍ତ ୭୦ ଆସନରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ମୋଟ୍ ୧୩, ୭୫୭ ପୋଲିଂ ବୁଥ କରାଯାଇଛି।