ବଜେଟ୍ ଅଧିବେଶନ ଆରମ୍ଭ : ବିଧାନସଭାରେ ଅଭିଭାଷଣରେ ରାଜ୍ୟସରକାରଙ୍କ ବିକାଶର ଚିତ୍ର ରଖିଲେ ରାଜ୍ୟପାଳ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ । ଗୃହରେ ରାଜ୍ୟପାଳ ନିଜ ଅଭିଭାଷଣ ରଖିଛନ୍ତି । ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ୨୨ ତାରିଖରେ ବଜେଟ ଉପସ୍ଥାପନ ହେବ।

ନିଜ ଅଭିଭାଷଣରେ ରାଜ୍ୟପାଳରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ଶିଶୁ ଓ ଗର୍ଭବତୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ସରକାର । ସମାଜର ସବୁ ବର୍ଗ ପାଇଁ କାମ କରୁଛନ୍ତି ସରକାର । ଜନସ୍ୱାସ୍ଥ୍ୟ ଉପରେ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ସଫଳତା ପାଇଛି ରାଜ୍ୟ । କରୋନାରେ ଲୋକଙ୍କୁ ଦିଆଯାଇଛି ମାଗଣା ରାସନ ସାମଗ୍ରୀ । ରାଜ୍ୟରେ କୋଭିଡ ପରିଚାଳନାକୁ ମିଳିଛି ପ୍ରଶଂସା । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଖୁବ ସଫଳତା ମିଳିଛି । ସୁନ୍ଦରଗଡରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ମହିଳା ସଶକ୍ତିକରଣକୁ ମଧ୍ୟ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଛନ୍ତି । ମୋ ସରକାର ପାରଦର୍ଶିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ସରକାର କାମ କରୁଛନ୍ତି । ଷ୍ଟାର୍ଟଅପ୍ ଓଡ଼ିଶା ପଲିସି ସରକାର ଆଣିଛନ୍ତି । କୋଭିଡ ମହାମାରୀ ସମୟରେ 1ଲକ୍ଷ 20ହଜାର କିଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଂଜୁରୀ ଦେଇଛି। ଏମ ଏସ ଏମ ଇ ଶିଳ୍ପ ପ୍ରତିଷ୍ଠା ପାଇଁ 117 ଟି ସ୍ଥାନରେ ଶିଳ୍ପଞ୍ଚଳ ବିକାଶ କରିଛି। ପର୍ଯ୍ୟଟନ ଓ ଆଣିସଙ୍ଗିକ କ୍ଷେତ୍ରରେ 3ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳଉଛି। ଚଳିତ ବର୍ଷ 5ହଜାର 504 କିଲୋମିଟର ରାସ୍ତା ଏବଂ 250 ପୋଲ ନିର୍ମାଣ କରିଛନ୍ତି। କୃଷିକୁ ଉଦ୍ୟଗ୍ରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗୋ ଯୋଜନା କାର୍ଯ୍ୟକଟି ହୋଇଛି। 38 ହଜାର ଯୁଗମ ଋଣ ଗୋଷ୍ଠୀ ଙ୍କୁ ସରକାରୀ 230 କୋଟି ଦେଇଛନ୍ତି। ଭୁବନେଶ୍ୱର ରେ ୱାର୍ଲଡ଼ ସ୍କିଲ ସେଣ୍ଟର ପ୍ରତିଷ୍ଠା ହୋଇଛି। 2023 ବିଶ୍ୱକପ ପୂର୍ବରୁ ରାଉରକେଲାରେ ପ୍ରତିଷ୍ଠା ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ। ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେ ରେ ଓଡ଼ିଶାର 6ସହର ସ୍ଥାନ ପାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 92.୬ଲକ୍ଷ ପରିବାରକୁ ଟକିଙ୍କିଆ ଚାଉଳ ଓ ଗହମ ମିଳିଛି।

କୋଭିଡ ପରିଚାଳନାରେ ଓଡିଶା ଉଦାହରଣ ସୃଷ୍ଟି କରିଛି। ରାଜ୍ୟବାସୀଙ୍କୁ ଅନଲାଇନରେ ସରକାରୀ ସେବା ଯୋଗାଇବାକୁ ଓଡିଶା ୱନ ପୋର୍ଟାଲ କାମ କରୁଛି। ମାଲକାନଗିରି ନୂଆ ଏୟାର ଫିଲଡ଼ ନିର୍ମାଣ ହେବ । ଜୟପୁର, ରାଉରକେଲା ଓ ଉତକେଲା ଏୟାର ଟ୍ରିପର ଉନ୍ନତି କରଣ କରାଯାଇ ପୁର୍ନବିକାଶୀତ ବିମାନ ବନ୍ଦର କରାଯିବ। କାଳିଆ ଯୋଜନାରେ 50 ହାଜରଟଙ୍କା ଯାଏ ରୁଣୀ ଚାଷୀ 50ହଜାର ଟଙ୍କା ପଯ୍ୟନ୍ତ ବିନା ସୁଧରେ ସୁଝି ପାରିବେ। ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନାରେ 16ହଜାର ଆଡ଼ି ବନ୍ଧ ହୋଇଛି। ଭୂପୃଷ୍ଠ ଜଳ ଓ ନଦୀ ଜଳର ସଂରକ୍ଷଣ ପାଇଁ ସରକାର ଖର୍ଚ୍ଚ କରିବେ 11ହାଜର 7ଶହ କୋଟି। 29 ଜିଲ୍ଲାରେ ଖୋଲିଛି 214 ଆଦର୍ଶ ବିଦ୍ୟାଳୟ। ଏଥିରେ ପାଠ ପଢୁଛନ୍ତି 72 ହଜାର 701 ଛାତ୍ରଛାତ୍ରୀ। 2020- 21ରେ 2ଲକ୍ଷ 80 ହଜାର ଗୃହ ନିର୍ମାଣ ହୋଇଛି। ସ୍ୱଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଛି 66ଲକ୍ଷ ବ୍ୟକ୍ତିଗତ ଶୌଚାଳୟ।

ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଫ୍ଲିପକାର୍ଟ ସହିତ ବୁଝାମଣା ହୋଇଛି, ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ସରକାର କାମ କରୁଥିବା ରାଜ୍ୟପାଳ କହିଛନ୍ତି । କୋଣାର୍କ, ଭିତରକନିକା, ଦାରିଙ୍ଗବାଡି ଭଳି ଅଂଚଳରେ ଭିତ୍ତିଭୂମି ବିକାଶ ଚାଲିଛି । ୫ ହଜାର କିଲୋମିଟରରୁ ଅଧିକ ଗ୍ରାମ୍ୟ ସଡକ ନିର୍ମାଣ ହୋଇଛି । ରାଜ୍ୟରେ ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ ସରକାର ଉଦ୍ୟମ କରୁଛନ୍ତି ଏବଂ ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ଭାବେ ଉଭା ହୋଇଛି । ମହିଳା ଏସଏଚଜି ଗଠନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଥିବା ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ।

ଓଡ଼ିଶା ତାର ସଂସ୍କୃତି ପାଇଁ ପରିଚିତ । ଓଡ଼ିଶା ସଂସ୍କୃତିର ପ୍ରଚାର ପାଇଁ ମୋ ସରକାର ସର୍ବଦା ଉଦ୍ୟମରତ । ଓଡ଼ିଶା ତାର ଭୌଗଳିକ ଉପସ୍ଥିତି ପାଇଁ ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହେଉଛି, କିନ୍ତୁ ଓଡ଼ିଶା ସରକାର ଏହାର ମୁକାବିଲ ଦିଗରେ ସଫଳ ହୋଇଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି । ପୋଲିସ କୋଭିଡ୍ ମୁକାବିଲାରେ ସଫଳ ହୋଇଛି । କୋଭିଡ ମୁକାବିଲାରେ ୫୯ ଜଣ ପୋଲିସ ଅଧିକାରୀ ପ୍ରାଣତ୍ୟାଗ କରିଛନ୍ତି । ଓଡ଼ିଶା ଆଗ୍ନିକ ସେବା ପ୍ରାକୃତିକ ବିପର୍ଯ୍ୟୟ କାଳରେ ଉଦାହରଣୀୟ ସେବା ପ୍ରଦାନ କରିଛନ୍ତି । ଅନ୍ୟପଟେ ମାଛଚାଷରେ କଳାହାଣ୍ଡିକୁ ମିଳିଛି ଜାତୀୟ ପୁରସ୍କାର । କୋଭିଡ୍ କାଳରେ ପେନସନ ଧାରକଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାରେ ରିହାତି ଦିଆଯାଇଥିବା ମଧ୍ୟ ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ।

ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା କ୍ଷଣି କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ହଟଗୋଳ ଓ ନାରାବାଜୀ କରିଥିଲା । ଏହାସହ କଂଗ୍ରେସ କକ୍ଷତ୍ୟାଗ କରିଛି । କୋଟିଆ ପ୍ରସଙ୍ଗ ସହିତ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ବିରୋଧ କରି କକ୍ଷତ୍ୟାଗ କରିଛି କଂଗ୍ରେସ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ବିଜେପି ସଦସ୍ୟ ମଧ୍ୟ କକ୍ଷତ୍ୟାଗ କରିଛନ୍ତି ।

speech of odisha governor ganeshi lal on budget session in assembly